ୱାଶିଂଟନ,୧୦ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅକ୍ଟୋବର ୧୫ରେ ହେବାକୁ ଥିବା ଦ୍ୱିତୀୟ ପ୍ରେସିଡେନସିଆଲ ଡିବେଟକୁ ବାତିଲ କରି ଦିଆଯାଇଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, କମିଶନ ଅନ୍ ପ୍ରେସିଡେନସିଆଲ ଡିବେଟ୍ସ(ସିପିଡି) ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ହେବାକୁ ଥିବା ଭର୍ଚୁଆଲ ଡିବେଟକୁ ବିତାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ କମିଶନ ଅନ୍ ପ୍ରେସିଡେନସିଆଲ ଡିବେଟ୍ସ ହିଁ ମିୟାମିରେ ଏହି ଭର୍ଚ୍ରୁଆଲ ଡିବେଟର ଘୋଷଣା କରିଥିଲେ । ଏହାକୁ ନେଇ ପୂର୍ବରୁ ଟ୍ରମ୍ପ କହିଥିଲେ ସେ ଭର୍ଚୁଆଲ ଡିବେଟରେ ସମୟ ନଷ୍ଟ କରିବାକୁ ଚାହୁଁ ନାହାନ୍ତି ହେଲେ ଅଲଗା ଡିବେଟରେ ସେ ବିଡେନଙ୍କୁ ହରାଇଦେବେ । ଏହାର ଉତ୍ତର ମଧ୍ୟ ରଖିଥିଲେ ବିଡେନ । ସେ କହିଥିଲେ କମିଶନ ଅନ୍ ପ୍ରେସିଡେନସିଆଲ ଡିବେଟ୍ସକୁ ସେ ଗ୍ରହଣ କରିବେ । ସୂଚନାଯୋଗ୍ୟ, ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।