Categories: ଜାତୀୟ

ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ସମ୍ଭାବନା…

ନୂଆଦିଲ୍ଲୀ,୮।୩ : ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ସମ୍ଭାବନା ରହିଛି। ଏନେଇ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌.ଭେଙ୍କିୟା ନାଇଡୁ ଏବଂ ଲୋକ ସଭା ଅଧ୍ୟକ୍ଷ ଓମ୍‌. ବିରଳାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହା ସହିତ ଦେଶରେ କରୋନା ମହାମାରୀର ତୃତୀୟ ଲହର ଥମୁଥିବା ବିଷୟରେ ମଧ୍ୟ ଉଭୟଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି।

ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନ ସମ୍ପର୍କରେ ଅଧ୍ୟକ୍ଷ ଦୁହେଁ ଆଲୋଚନା କରିଛନ୍ତି। ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ ପୂର୍ବାହ୍ନ ୧୧ଟାରୁ ସାଧାରଣ ଭାବେ କାର୍ଯ୍ୟ କରିବ।

Share