Categories: ଖେଳ

ଦ୍ୱିତୀୟ ଟେଷ୍ଟ: ବାଂଲାଦେଶ ୨୨୭ ରନ୍‌ରେ ଅଲଆଉଟ୍‌

ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଢାକାରେ ଚାଲିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ ପ୍ରଥମ ଇନିଂସରେ ୨୨୭ ରନରେ ଅଲଆଉଟ୍‌ ହୋଇଯାଇଥିଲା। ମୋମିନୁଲ ହକ ବାଂଲାଦେଶ ପାଇଁ ୮୪ ରନର ସର୍ବାଧିକ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ଇନିଂସ ଖେଳିପାରି ନ ଥିଲେ। ୨୬ ରନ ସ୍କୋର କରିଥିବା ମୁଶଫିକୁର ରହୀମ ଦଳର ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଥିଲେ। ଭାରତ ପାଇଁ ଉମେଶ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନ ପ୍ରତ୍ୟେକ ଚାରିଟି ଲେଖାଏ ଉଇକେଟ ନେଇଥିଲେ। ଜୟଦେବ ଉନାଦକତ ଦୁଇଟି ଉଇକେଟ ନେଇଥିଲେ।
ସିରିଜର ପ୍ରଥମ ମ୍ୟାଚ ଜିତିବା ପରେ ଟିମ ଇଣ୍ଡିଆ ୧-୦ରେ ଆଗରେ ରହିଛି। ବର୍ତ୍ତମାନ ଦ୍ୱିତୀୟ ମ୍ୟାଚ ଜିତି ମଧ୍ୟ ଭାରତ ସିରିଜକୁ ୨-୦ରେ କ୍ଲିନ୍‌ସୁଇପ୍‌ କରିବାକୁ ଚେଷ୍ଟା କରିବ।

Share