Categories: ଖେଳ

ଟି୨୦ ବିଶ୍ୱକପ୍‌ରେ ଦ୍ୱିତୀୟ ଥର ପାଇଁ ଶତକୀୟ ଓପନିଂ ଭାଗିଦାରୀ

ଆବୁଧାବି,୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଅପରାଜେୟ ଥିବା ପାକିସ୍ତାନ ମଙ୍ଗଳବାର ଚାଲିଥିବା ମ୍ୟାଚ୍‌ରେ ନାମ୍ବିଆ ଆଗରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ଦଳର ଦୁଇ ଓପନର(ବାବର ଓ ମହମ୍ମଦ ରିଜଓ୍ବାନ)ଙ୍କ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ପାକିସ୍ତାନ ୨୦ ଓଭରରେ ୨ ଉଇକେଟ ହରାଇ ୧୮୯ ରନ୍‌ କରିଛି।

ପୂର୍ବ ମ୍ୟାଚ୍‌ ଭଳି ଏଥର ମଧ୍ୟ ଟସ୍‌ ଜିତି ଥିଲେ ବାବର ଆଜାମ। କିନ୍ତୁ ଏଥର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ବାବର ୭୦ ( ୭ ଚୌକା) ଓ ରିଜଓ୍ବାନଙ୍କ ଯୋଡ଼ି ୧୪.୧ ଓଭରରେ ଯୋଡ଼ିଥିଲେ ୧୧୩ ରନ୍‌। ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଥର ପାଇଁ ଦୁହେଁ ଶତକୀୟ ଭାଗିଦାରୀ କରିଛନ୍ତି। ଦୁଇ ଓଭର ମଧ୍ୟରେ ଦୁଇ ଉଇକେଟ ହରାଇଥିଲା ପାକିସ୍ତାନ। ତା’ ପରେ ମହମ୍ମଦ ହାଫିଜ (୩୨ ରନ୍‌, ୧୬ ବଲ, ୫ ଚୌକା)ଙ୍କ ସହ ମିଶି ରିଜଓ୍ବାନ ଅନ୍ତିମ ଅନ୍ତିମ ୫ ଓଭରରେ ୫୧ ରନ୍‌ ଯୋଡ଼ିଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ରିଜଓ୍ବାନ ଖେଳିଥିଲେ ୭୯ ରନ୍‌ର ଦର୍ଶନୀୟ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୮ ଚୌକା ଓ ୪ ଛକା।

Share