ଦ୍ୱିତୀୟ ଲହରରେ କରୋନା ନେଲାଣି ୪୨୦ ଡାକ୍ତରଙ୍କ ଜୀବନ …

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା କରୋନା ୪୨୦ ଡାକ୍ତରଙ୍କ ଜୀବନ ନେଇଥିବା ଭାରତୀୟ ମେଡ଼ିକାଲ ଆସୋସିଏଶନ(ଆଇଏମ୍‌ଏ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରେ ଦିଲ୍ଲୀରେ ୧୦୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସେହିପରି ବିହାରରେ ୯୬, ଉତ୍ତରପ୍ରଦେଶରେ ୪୧, ଗୁଜରାଟରେ ୩୨, ଆନ୍ଧ୍ରପ୍ରଦେଶରେ ୨୬, ମହାରାଷ୍ଟ୍ରରେ ୧୫, ମଧ୍ୟପ୍ରଦେଶରେ ୧୩, ଆସାମରେ ୩, ଗୋଆରେ ୨ ଏବଂ ହରିୟାଣାରେ ୨ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ପଞ୍ଜାବ ଏବଂ ପୁଡୁଚେରୀରେ ଜଣେ ଲେଖାଏଁ ଡାକ୍ତରଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି।

Share