ଭୁବନେଶ୍ୱର,୧୩।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। କୋଭିଡ ସଂକ୍ରମଣ ଉପର ମୁହାଁ ରହିଛି । ବହୁତ ଅଳ୍ପ ଦିନରେ ଦ୍ୱିତୀୟ ଲହର ପିକ୍ ଅତିକ୍ରମ କରିପାରେ। ସଂକ୍ରମଣ ପ୍ରଥମେ ବଢ଼ିବ କିଛି ଦିନ ପରେ ସମାନ୍ତରାଳରେ ରହିବ ତା ପରେ କମିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ସଂକ୍ରମଣ ବଢିଲେ ମଧ୍ୟ ହସ୍ପିଟାଲାଇଜେସନ ବହୁତ କମ୍ ରହିଛି । ଜେନେରାଲ ବେଡ୍ରେ ୬.୫୧ ଆଇସିୟୁରେ ୧୨.୫୧ ପ୍ରତିଶତ, କ୍ରିଟିକାଲ କେୟାରରେ ୩.୬୨ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି । ତେବେ ବର୍ତ୍ତମାନ ଆମେ ୫ ଦିଗ ଉପରେ ନଜର ରଖିଛୁ । ଟେଷ୍ଟ ପିଜିଟିଭ ରେଟ, ହସ୍ପିଟାଲାଇଯେସନ, ମୃତ୍ୟୁ ହାର, ଲୋକଙ୍କ ବ୍ୟବହାର ଏ ସବୁକୁ ଦେଖି ଆମେ ଆଗାମୀ ପଦକ୍ଷେପ ନେବୁ, ଏବଂ ଅକ୍ସିଜେନ୍, ଓଷଧ, ବେଡ୍ ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଛନ୍ତି।