ଜୁଲାଇରେ ଶେଷ ହେବ ଦ୍ୱିତୀୟ ଲହର

ନୂଆଦିଲ୍ଲୀ, ୨୦।୫: କରୋନାର ଦ୍ୱିତୀୟ ଲହର ଚଳିତ ବର୍ଷ ଜୁଲାଇ ସୁଦ୍ଧା ଶେଷ ହୋଇଯିବ। ଏହାର ୬ରୁ ୮ ମାସ ପରେ ମହାମାରୀର ତୃତୀୟ ଲହର ଆସିବା ଆକଳନ କରାଯାଉଛି ବୋଲି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ୩ ଜଣିଆ ବୈଜ୍ଞାନିକ କମିଟି କହିଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ନିଯୁକ୍ତ କମିଟି ଏସ୍‌ୟୁଟିଆର୍‌ଏ ପଦ୍ଧତି ଆପଣାଇ ମେ’ ଶେଷ ବେଳକୁ ଦୈନିକ ସଂକ୍ରମଣ ୧.୫ ଲକ୍ଷ ଏବଂ ଜୁନ୍‌ ଶେଷ ବେଳକୁ ୨୦,୦୦୦ରେ ପହଞ୍ଚତ୍ବ ବୋଲି ପୂର୍ବାନୁମାନ କରିଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ନାଟକ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, କେରଳ, ସିକ୍କିମ, ଉତ୍ତରାଖଣ୍ଡ, ଗୁଜରାଟ, ହରିୟାଣା, ଦିଲ୍ଲୀ ଏବଂ ଗୋଆ ସଂକ୍ରମଣର ଶୀର୍ଷରେ ପହଞ୍ଚତ୍ ସାରିଥିବା କମିଟି ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ବାଲ କହିଛନ୍ତି। ତାମିଲନାଡୁ ମେ’ ୨୯ରୁ ୩୧ ମଧ୍ୟରେ ଏବଂ ପଣ୍ଡିଚେରୀ ମେ‘ ୧୯ରୁ ୨୦ ମଧ୍ୟରେ ଶୀର୍ଷ ଛୁଇଁବ ବୋଲି କୁହାଯାଇଛି। ଭାରତର ପୂର୍ବ ଏବଂ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ସଂକ୍ରମଣ ଏପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ ନାହିଁ। ଆସାମରେ ୨୦ରୁ ୨୧ ମଧ୍ୟରେ ଏବଂ ମେଘାଳୟରେ ମେ’ ୩୦ ବେଳକୁ ଶୀର୍ଷ ଛୁଇଁବାକୁ ଥିବାବେଳେ ତ୍ରିପୁରାରେ ମେ’ ୨୬-୨୭ରେ ସଂକ୍ରମଣ ଶିଖର ଛୁଇଁପାରେ ବୋଲି କୁହାଯାଇଛି। ସେହିପରି ହିମାଚଳପ୍ରଦେଶ ଓ ପଞ୍ଜାବରେ ଯଥାକ୍ରମେ ମେ’ ୨୪ ଓ ୨୨ରେ ସଂକ୍ରମଣ ସର୍ବାଧିକ ସ୍ତରରେ ପହଞ୍ଚତ୍ବା ଆକଳନ କରାଯାଇଛି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ତୃତୀୟ ଲହର ନିର୍ଦ୍ଦିଷ୍ଟ ସ୍ଥାନରେ ହେବ। ସେତେବେଳକୁ ଅଧିକାଂଶ ଟିକା ନେଇସାରିଥିବାରୁ ବିଶେଷ ପ୍ରଭାବିତ ହେବେନାହିଁ। ତୃତୀୟ ଲହର ୨୦୨୨ ଅକ୍ଟୋବର ବେଳକୁ ଶେଷ ହୋଇଯାଇଥିବ ବୋଲି ପ୍ରଫେସର ଅଗ୍ରଓ୍ବାଲ କହିଛନ୍ତି।

Share