Categories: ଖେଳ

ଟାଇଟନ୍ସର ଦ୍ୱିତୀୟ ବିଜୟ

ନୂଆଦିଲ୍ଲୀ, ୬।୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗତଥରର ଚାମ୍ପିୟନ ଗୁଜରାଟ ଟାଇଟନ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ୬ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏହାର ହୋମ୍‌ ପିଚ୍‌ରେ ୨୦ ଓଭରରେ ୮ ଉଇକେଟ ହରାଇ ୧୬୨ ରନ କରିଥିଲା। ଜବାବରେ ଗୁଜରାଟ ୧୮.୧ ଓଭରରେ ୪ ଉଇକେଟ ହରାଇ ୧୬୩ ରନ ସଂଗ୍ରହ କରି ନେଇଥିଲା।

ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୬୨/୮ (ଡେଭିଡ ଓ୍ବାର୍ନର-୩୭, ଅକ୍ଷର ପଟେଲ-୩୬, ସର୍ଫରାଜ ଖାଁ-୩୦, ମହମ୍ମଦ ଶାମି-୩/୪୧, ରଶିଦ ଖାଁ-୩/୩୧, ଆଲଜାରି ଜୋସେଫ-୨/୨୯)। ଗୁଜରାଟ ଟାଇଟନ୍ସ ୧୮.୧ ଓଭରରେ ୧୬୩/୪ (ସାଇ ସୁଦର୍ଶନ-୬୨*, ଡେଭିଡ ମିଲର-୩୧*, ବିଜୟ ଶଙ୍କର-୨୯, ଏଡ଼ରିଚ୍‌ ନର୍ଜେ-୨/୩୯, ମିଚେଲ ମାର୍ଶ-୧/୨୪, ଖଲିଲ ଅହମଦ-୧/୩୮)।

Share