Posted inଜାତୀୟ

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ରେଡ୍ଡୀ ଲଗାତାର ତାଙ୍କୁ ବିରୋଧ କରିବାରେ ଲାଗିଛନ୍ତି। ଚନ୍ଦ୍ରବାବୁ ନାଇଡୁ ସିଏମ ହେବା ମାତ୍ରେ, YSRCP ର ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ସହ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁଯାୟୀ, ଚନ୍ଦ୍ରବାବୁ ନାଇଡୁଙ୍କୁ ବିରୋଧ କରି ଜଗନ ମୋହନ ରେଡ୍ଡୀ ଦିଲ୍ଲୀର ଜନ୍ତରମନ୍ତରରେ ବସିଥିଲେ। କଂଗ୍ରେସ ସହିତ କୌଣସି ସମ୍ପର୍କ ନ ଥିଲେ ମଧ୍ୟ ତାଙ୍କୁ ସେମାନଙ୍କ ସମର୍ଥନ ମାଗିବାକୁ ପଡ଼ିଥିଲା। ଏଥିପାଇଁ ଇଣ୍ଡିଆ ମେଣ୍ଟର ସଦସ୍ୟ ଅଖିଳେଶ ଯାଦବ ସମର୍ଥନ କରିବାକୁ ଯାଇ ପ୍ରଦର୍ଶନସ୍ଥଳୀରେ ପହଞ୍ଚିଥିଲେ।

ଜଗନ ମୋହନ ରେଡ୍ଡୀଙ୍କ ସହ ଇଣ୍ଡିଆ ଆଲାଇନ୍ସର ସଦସ୍ୟଙ୍କ ବୈଠକ ଦର୍ଶାଉଛି ଯେ ସେ ନିଜର ମେଣ୍ଟକୁ ବିସ୍ତାର କରୁଛନ୍ତି। ଯଦିଓ ଜଗନ ମୋହନ ରେଡ୍ଡୀ ଜନ୍ତର ମନ୍ତରରେ ତାଙ୍କୁ ସମର୍ଥନ କରିବାକୁ କଂଗ୍ରେସକୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ଦଳ ଦୂରତା ବଜାୟ ରଖିଥିଲା।
ତେବେ ଏକ ସାକ୍ଷାତକାର ଦେଇ ଜଗନ ମୋହନ ରେଡ୍ଡୀ କହିଛନ୍ତି, କଂଗ୍ରେସ ପାଖରେ ସୁଯୋଗ ରହିଛି। ଯଦି ମୁଁ ଚାହଁିଥାନ୍ତି, ତେବେ କଂଗ୍ରେକୁ ସମର୍ଥନ ଦେଇ ପାରିଥା’ନ୍ତି। କିନ୍ତୁ ମୁଁ ଏପରି କରି ନ ଥିଲି। ଏଥିସହ ରେଡ୍ଡୀ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚନ୍ଦ୍ରବାବୁ ନାଇଡୁଙ୍କ ସହ କଂଗ୍ରେସର ଲୁଚଛପା ମେଣ୍ଟ ରହିଛି। କେବଳ ଏତିକି ନୁହେଁ, ଚନ୍ଦ୍ରବାବୁ ନାଇଡୁ ଉଭୟ ପାର୍ଶ୍ୱରେ ଖେଳ ଖେଳୁଛନ୍ତି ଏବଂ ତାଙ୍କୁ ଅନ୍ଧ ଭାବେ ବିଶ୍ୱାସ କରାଯାଉଛି ବୋଲି ସେ କହିଛନ୍ତି।

ରେଡ୍ଡୀଙ୍କ ଭଉଣୀ ଶର୍ମିଲା କଂଗ୍ରେସରେ ଯୋଗଦେବା ପରଠାରୁ ରେଡ୍ଡୀ ତାଙ୍କୁ ବିରୋଧ କରିଆସୁଛନ୍ତି। କିନ୍ତୁ ନାଇଡୁଙ୍କ ଠାରୁ ନିଜକୁ ସୁରକ୍ଷା ଦେବା ପାଇଁ ତାଙ୍କୁ କଂଗ୍ରେସର ସାହାଯ୍ୟ ନେବାକୁ ପଡୁଛି। ତେବେ ଚର୍ଚ୍ଚା ହେଉଛି କି, ରେଡ୍ଡୀ ଇଣ୍ଡିଆ ମେଣ୍ଟକୁ ଆସି ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri