Categories: ଜାତୀୟ

୧୪ ଦେଶର ୪୦ ଖାଲିସ୍ତାନୀଙ୍କ ୱାଶିଂଟନରେ ଗୁପ୍ତ ବୈଠକ: ୮୭ ଦେଶ ବିରୋଧରେ ବିପଜ୍ଜନକ ଷଡଯନ୍ତ୍ର…

ନୂଆଦିଲ୍ଲୀ,୨୭।୯ : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆମେରିକାର ରାଜଧାନୀ ୱାଶିଂଟନରେ ଖାଲିସ୍ତାନ ସମ୍ବନ୍ଧୀୟ ବିପଜ୍ଜନକ ଯୋଜନା ସହିତ ଏକ ବଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଶ୍ୱର ୧୪ ଦେଶରୁ ୪୦ଜଣ ଖାଲିସ୍ତାନୀ ଆତଙ୍କବାଦୀ ଅଂଶଗ୍ରହଣ କରିଥିଲେ। ବୈଠକରେ ଉପସ୍ଥିତ ସଦସ୍ୟମାନେ ନିଷ୍ପତ୍ତି ନେଇଥିଲେ ଖାଲିସ୍ତାନର ସ୍ବର ଉତ୍ତୋଳନ କରିବା ଏବଂ ଶିଖମାନଙ୍କୁ ଜତମତ ସଂଗ୍ରହରେ ଅନ୍ତର୍ଭୁକ୍ତ କରିବା ପାଇଁ ସେମାନଙ୍କୁ ସମସ୍ତ ପ୍ରକାର ବିପଜ୍ଜନକ ପଦକ୍ଷେପ ନେବାକୁ ପଡ଼ିବ।

ୱାଶିଂଟନରେ ଗୁପ୍ତ ଭାବେ ଆୟୋଜିତ ଏହି ବୈଠକ ବିଷୟରେ ସୂଚନା କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିଙ୍କ ହାତକୁ ଆସିଛି। ସୂଚନାନୁସାରେ, ସେସବୁ ଦେଶରେ ଶିଖ ଉଗ୍ରବାଦୀଙ୍କ ପ୍ରଭାବକୁ ଆହୁରି ବଢ଼ାଇବାର ଆଲୋଚନା ହୋଇଥିଲା ଯେଉଁଠାରେ ଶିଖ ସମ୍ପ୍ରଦାୟ ଏପର୍ଯ୍ୟନ୍ତ ଏଭଳି ବିବାଦରେ ଜଡିତ ହୋଇନାହାନ୍ତି। ୮୭ ଦେଶରେ ବିପଜ୍ଜନକ ଖାଲିସ୍ତାନ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ‘ମିଶନ ଶିଖ ଜଏଣ୍ଟ’ କୁ ଆଗକୁ ନେବାକୁ ରଣନୀତି ଉପରେ ଆଲୋଚନା କରାଯାଇଥିଲା।

କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଖାଲିସ୍ତାନୀ ଉଗ୍ରବାଦୀଙ୍କ ଏକ ବଡ଼ ବୈଠକ ଆୟୋଜିତ ହୋଇଥିଲା। ସମଗ୍ର ବିଶ୍ୱରେ ଖାଲିସ୍ତାନ ସମ୍ପର୍କରେ ଭାରତ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚିବା ପାଇଁ ଭାରତରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସର ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କ ଦ୍ୱାରା ଏହା ଆୟୋଜନ କରାଯାଇଥିଲା।

କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିଗୁଡିକର ଉତ୍ସରୁ ପ୍ରାପ୍ତ ଇନପୁଟ ଉଦ୍ଧୃତ କରି ଏହା ପ୍ରକାଶ ପାଇଛି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆମେରିକା, କାନାଡା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ହଂକଂ, ପର୍ତ୍ତୁଗାଲ, ଇଟାଲୀ, ସ୍ବିଜରଲାଣ୍ଡ, ଡେନମାର୍କ , ସିଙ୍ଗାପୁର ଏବଂ କେନିଆର ୪୦ ଜଣ ଖାଲିସ୍ତାନୀ ଉଗ୍ରବାଦୀ ବିଶ୍ୱର ବିଭିନ୍ନ ଦେଶରେ ରହୁଥିବା ଶିଖ ସମ୍ପ୍ରଦାୟ ମଧ୍ୟରେ ଖାଲିସ୍ତାନର ସ୍ବରକୁ କିପରି ବୃଦ୍ଧି କରାଯାଇ ପାରିବ ସେନେଇ ପ୍ରାୟ ଦୁଇ ଦିନ ଧରି ବୈଠକରେ ଆଲୋଚନା କରିଥିଲେ। ଏଥିପାଇଁ ଯେତେ ବିପଜ୍ଜନକ ଯୋଜନା କରିବାକୁ ପଡିବ ନା କାହିଁକି ତାହା କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା।

 

 

Share