Categories: ଜାତୀୟ

ଗ୍ରାମ ପଞ୍ଚାୟତରେ ସ୍ଥାପିତ ହେବ ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ଲକ୍ଷ୍ନୌ,୨୨।୭: ଏବେ ପ୍ରତି ଗ୍ରାମ ପଞ୍ଚାୟତରେ ଗ୍ରାମ ସଚିବାଳୟ ସ୍ଥାପନ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ୬ମାସ ମଧ୍ୟରେ ଏସମ୍ପର୍କିତ ସମସ୍ତ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପ୍ରବକ୍ତା ଏବଂ ଖଦି ଗ୍ରାମୋଦ୍ୟୋଗମନ୍ତ୍ରୀ ସିଦ୍ଧାର୍ଥନାଥ ସିଂ ଏନେଇ ସnୂଚeନା ଦେଇଛନ୍ତି। ସମସ୍ତ କାର୍ଯ୍ୟ ଯେଭଳି ସୂଚାରୁ ରୂପେ ସମ୍ପନ୍ନ ହେବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୫୮,୧୮୯ କମ୍ପ୍ୟୁଟର ଅପରେଟରଙ୍କୁ ନିଯୁକ୍ତ କରାଯିବ। ରାଜ୍ୟରେ ମୋଟ ୫୮,୨୧୮ ପଞ୍ଚାୟତ ରହିଛି। ରାଜ୍ୟର ଜିଲା ସଂଖ୍ୟା ୭୫ ଥିବାବେଳେ ୮୨୧ ବ୍ଲକ୍‌ ଏବଂ ୯୧୫ ନଗର ନିଗମ ରହିଛି।

Share