ଭୁବନେଶ୍ୱର,୩।୬ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ ଶୁକ୍ରବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସାହୁ ଯୋଜନା ଓ ସମନ୍ବୟ ବିଭାଗରେ ଅନୁସଚିବ ଭାବେ କାର୍ଯ୍ୟକରୁଥିଲେ। ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରି ନେଇଥିଲେ। ବିଲ୍ କରାଇ ଦେବାକୁ ଏକ କମ୍ପ୍ୟୁଟର ଫାର୍ମ ମାଲିକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ସାହୁଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ଖୋଳତାଡ଼ ଜାରି ରହିଛି।