Advertisement

ଘରୋଇ ଅନୁଷ୍ଠାନରେ ଫି ଦେଇନପାରି ପରୀକ୍ଷାରୁ ବଞ୍ଚିତ ଘଟଣା: ଧରିତ୍ରୀରେ ଖବର ପ୍ରକାଶିତ ହେବା ପରେ ସଚିବ ଦେଲେ କଡ଼ା ନିର୍ଦ୍ଦେଶ

ଦାରିଙ୍ଗବାଡି, ୬।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ପାଦ୍ରୀ ପିଓ ଇଂଲିଶ ମିଡିୟମ ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା ଚାଲିଥିବାବେଳେ କିଛି ଛାତ୍ରୀଛାତ୍ରଙ୍କ ବିଦ୍ୟାଳୟରେ ମାସିକ ଫି’ବାବଦକୁ ବକେୟା ଥିବା ଦର୍ଶାଇ ବିଦ୍ୟାଳୟ କତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରୁ ବଞ୍ଚିତ କରିଥିବା ଅଭିଯୋଗ ହୋଇଥିଲା । ଏସମ୍ପର୍କିତ ଖବର ଧରିତ୍ରୀରେ ପ୍ରକାଶିତ ହେବା ପରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ବିଭାଗର ସଚିବ କନ୍ଧମାଳ ଜିଲା ମଙ୍ଗଳ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଗୁରୁବାର ସକାଳ ସାଢେ ୯ ସମୟରେ ଦାରିଙ୍ଗବାଡି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ପାଦ୍ରୀ ପିଓ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କେଉଁ ପରିସ୍ଥିତିରେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି କେତେ ଜଣ ଏହି ପରୀକ୍ଷା ଦେଇ ପାରିନାହାନ୍ତି ତାହା ପଚାରିବୁଝିବା ସହ ବିଦ୍ୟାଳୟର ବିଭିନ୍ନ କାଗଜପତ୍ର କୁ ଯାଞ୍ଚ କରିବା ସହ କିଛି ଡକ୍ୟୁମେଣ୍ଟ ର ନକଲକୁ ସେ ଅଧିକା ଯାଞ୍ଚ କରିବାକୁ ନେଇ ଯାଇଛନ୍ତି । ସେ ଏହାର ତଦନ୍ତ କରିବା ପରେ ଜିଲାକୁ ରିପୋର୍ଟ ପଠାଇବେ ବୋଲି କହିଛନ୍ତି । ସେ ଏହି ତଦନ୍ତ କରିବା ସମୟରେ ବିଦ୍ୟାଳୟର ପ୍ରିନ୍ସପାଲ ଇତିଶ୍ରୀ ପରିଛା, ବିଦ୍ୟାଳୟ ପରିଚାଳକ ଜୋସେଫ ମାଇକଲ ଓ ଅନ୍ୟମାନଙ୍କୁ ପଚାରା ଉଚରା କରିଛନ୍ତି । ଏହି ସମ୍ପର୍କରେ ବିଦ୍ୟାଳୟ ପରିଚାଳକ ଜୋସେଫ ମାଇକଲଙ୍କୁ ପଚାରିବାରୁ ୨ ଜଣ ଛାତ୍ର ଷଷ୍ଠର ଫ୍ରାଞ୍ଚାଇଜ ଦିଗାଲ ଏବଂ ସପ୍ତମର ଅରବିନ୍ଦ ଦିଗାଲ ଏହି ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ପରୀକ୍ଷା ଦେବାପାଇଁ ସୁଯୋଗ ଦିଆଯାଇଛି ସେମାନେ ପ୍ରଥମ ଦିନ ଆସିଥିଲେ ସେହି ଦିନଠାରୁ ଆଉ ଆସୁନଥିବା ବିଦ୍ୟାଳୟ କତ୍ତୃପକ୍ଷ କହିଛନ୍ତି। ସେ ଆହୁରି କହିଛନ୍ତି ପୂର୍ବରୁ ଅଭିଭାବକମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ସହ ରିଜୁଲେସନ କରାଯାଇ ଯେଉଁ ମାନେ ଫି ବକେୟା ପ୍ରଦାନ କରିନଥିବେ ତେବେ ସେମାନଙ୍କ ପିଲା ମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବନି ବୋଲି କୁହାଯାଇଥିଲା । ତେବେ ଆମେ ପରୀକ୍ଷାରୁ କିଛି ସମୟ ବଞ୍ଚିତ କରି ପୁଣି ପରୀକ୍ଷା ଦେବାକୁ ସୁଯୋଗ ଦେଇଥିଲୁ କିନ୍ତୁ ୨ ଜଣ ଛାତ୍ରଙ୍କୁ ତାଙ୍କ ଅଭିଭାବକ ମାନେ ନେଇ ପଳାଇଯାଇଥିଲେ ବୋଲି ପ୍ରିନ୍ସପାଲ ଇତିଶ୍ରୀ ପରିଛା କହିଛନ୍ତି

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share