ଆଜିଠୁ ଧବଳେଶ୍ୱର ପୀଠରେ ୧୪୪ ଧାରା

ଖୁଣ୍ଟୁଣୀ,୧୨ା୧୧ (ଡି.ଏନ.ଏ.): କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ପ୍ରତିବର୍ଷ ପଞ୍ଚକ ଓ ବଡ଼ଓଷାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସମାଗମ ହୋଇଥାଏ। ହେଲେ ଚଳିତବର୍ଷ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପୀଠରେ ୧୪୪ ଧାରା ଜାରି କରାଯାଇଛି। ୧୨ ତାରିଖ ଭୋର ୪ଟାରୁ ୧୯ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ ବୋଲି ଦେବୋତ୍ତର ପ୍ରଶାସନ ମୁଖ୍ୟ ତଥା ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Share