Categories: ଜାତୀୟ

ପଞ୍ଚକୁଲାରେ ୧୪୪ ଧାରା

ପଞ୍ଚକୁଲା,୧୨ ।୧୦: ଡେରା ସଚ୍ଚା ସୌଦାର ପୂର୍ବତନ ପ୍ରବନ୍ଧକ ରଞ୍ଜିତ ସିଂଙ୍କ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ଓ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ଦଣ୍ଡବିଧାନର ଶୁଣାଣି ମଙ୍ଗଳବାର କରାଯିବ । ଏହା ପଞ୍ଚକୁଲା ସ୍ଥିତ ହରିୟାଣାର ବିଶେଷ ସିବିଆଇ କୋର୍ଟ ଦ୍ୱାରା ଅଭିଯୁକ୍ତଙ୍କୁ ଦଣ୍ଡର ଶୁଣାଣି କରାଯିବ । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯାଇଛି । ମୁଖ୍ୟ ଅପରାଧି ଗୁରମିତ ରାମ ରହିମଙ୍କୁ ରୋହତକର ସୁନରିୟା ଜେଲରୁ ଭିଡିଓ କନଫରେନସିଂ ମାଧ୍ୟମରେ ଉପସ୍ଥାପନ କରାଯିବ । ହେଲେ ଅନ୍ୟ ଅଭିଯୁକ୍ତମାନେ ପଞ୍ଚକୁଲା ସ୍ଥିତ ହରିୟାଣାର ବିଶେଷ ସିବିଆଇ କୋର୍ଟରେ ଉପସ୍ଥିତ ହେବେ ।

Share