୩୨ ସ୍ଥାନରେ ୧୪୪ ଧାରା

ଢେଙ୍କାନାଳ ଅଫିସ, ୬।୧: ରାଜ୍ୟରେ କରୋନା ଏବଂ ଓମିକ୍ରନ୍‌ ସଂକ୍ରମଣ ବଢ଼ିବା ପରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ୩୨ ପ୍ରମୁଖ ଦେବାଳୟ ଏବଂ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଜାରି କରାଯାଇଛି। ଜାନୁୟାରୀ ୩୧ ଯାଏ ଏହା ବଳବତ୍ତର ରହିବ। ପ୍ରସିଦ୍ଧ ଶୈବପୀଠ କପିଳାସର ଶ୍ରୀଚନ୍ଦ୍ରଶେଖର, ଅଶ୍ୱଖୋଲା ସିଦ୍ଧ ଗଣେଶ, ମହିମାଗାଦି ଯୋରନ୍ଦା, ଦୌଡ଼େଶ୍ୱର ମହାଦେବ, ଢେଙ୍କନାଳ ସିଦ୍ଧ ବଳରାମ ମନ୍ଦିର, ତପୋବନ ମହିମା ପୀଠ, ସପ୍ତଶଯ୍ୟାର ଶ୍ରୀରାମଚନ୍ଦ୍ର ମନ୍ଦିର, ବଡନାଗେନା ନାଗନାଥେଶ୍ୱର, ଗଙ୍ଗାଧର ପ୍ରସାଦ ପଶ୍ଚିମେଶ୍ୱର, ଆମ୍ବନାଳି ଦତ୍ତାତ୍ରେୟ ସାଇ ଆଶ୍ରମ, ମା’ ଦକ୍ଷିଣକାଳୀ, ମା’ ବ୍ରହ୍ମାୟଣୀ, ଓଡ଼ାପଡ଼ା ବ୍ଲକ ନାଧରାସ୍ଥିତ ଶ୍ରୀରାମଚଣ୍ଡୀ, କନକେଶ୍ୱର ମହାଦେବ, ଜୀବନଖୋଲ ମନ୍ଦିର, କାମାକ୍ଷାନଗର ତେନ୍ତୁଳିସିଙ୍ଗାସ୍ଥିତ ରାମେଶ୍ୱର, ହାଟୁଆରିସ୍ଥିତ ଶ୍ରୀକପିଳେଶ୍ୱର, ସିବୁଳାପଶିସ୍ଥିତ ସ୍ବପ୍ନେଶ୍ୱର, ରାମିଆଳ ନଦୀକୂଳ, ଗୁଣ୍ଡିଚାନାଳୀ ନଦୀକୂଳ, ଭୁବନ ବ୍ଲକର ବୁଦ୍ଧେଶ୍ୱର, କଙ୍କଡ଼ାହାଡ଼ର ଦଣ୍ଡାଧର ଜଳଭଣ୍ଡାର, ପରଜଙ୍ଗ ବ୍ଲକର କୁଆଳୋ ସ୍ବପ୍ନେଶ୍ୱର, ସରାଙ୍ଗସ୍ଥିତ ଅନନ୍ତଶୟନ, ଦଦରାଘାଟି ଜଳଭଣ୍ଡାର, ହିନ୍ଦୋଳ ବ୍ଲକ ରଞ୍ଜାଗୋଳ ଶିବମନ୍ଦିର, ରକଲାସ୍ଥିତ କୁଣ୍ଡେଶ୍ୱର, ମହତାଳ ମାତଳେଶ୍ୱର ମହାଦେବ, ଲଦାଗଡ଼ସ୍ଥିତ ସିଦ୍ଧେଶ୍ୱର ମହାଦେବ, ବ୍ରହ୍ମପୁରା ଅଲେଖ ମହିମା ଟୁଙ୍ଗି, ଚିତ୍ତଳପୁର ଉଗ୍ରେଶ୍ୱର ମହାଦେବ, ସାପୁଆ ଜଳଭଣ୍ଡାରରେ ୧୪୪ ଧାରା ଜାରି କରାଯାଇଥିବା ଜିଲା ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଜିଲାପାଳ ସରୋଜ କୁମାର ସେଠୀ ଗୁରୁତ୍ୱାରୋପ କରିଛନ୍ତି।