Categories: ଜାତୀୟ

ଶିବାଜୀଙ୍କ ମୂର୍ତ୍ତି ପାଇଁ ୧୪୪ ଧାରା

ନିଜାମାବାଦ(ତେଲେଙ୍ଗାନା),୨୦।୩: ଛତ୍ରପତି ଶିବାଜୀଙ୍କ ଏକ ମୂର୍ତ୍ତି ସ୍ଥାପନ ନେଇ ତେଲେଙ୍ଗାନାର ନିଜାମାବାଦ ଜିଲାର ବୋଧାନ ସହରରେ ଦୁଇ ରାଜନୈତିକ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଏଥିଯୋଗୁ ବୋଧାନ ସହରରେ ୧୪୪ ଧାରା ଜାରି କରାଯାଇଛି।

ତେବେ ମହାରାଷ୍ଟ୍ର ସୀମାକୁ ଲାଗିଥିବା ବୋଧାନ ସହରର ଆମ୍ବେଡକର କ୍ରସରୋଡଠାରେ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବାର ଥିଲା ବୋଲି ସ୍ଥାନୀୟ ଭାଜପା ଏମ୍‌ପି ଅରବିନ୍ଦ ଧରମାପୁରୀ କହିଛନ୍ତି।

ଏଆଇଏମ୍‌ଆଇଏମ୍‌ ଏବଂ ଟିଆର୍‌ଏସ୍‌ କର୍ମୀ ମୂର୍ତ୍ତି ସ୍ଥାପନକୁ ବିରୋଧ କରିବା ସହ ଭାଜପା ସମର୍ଥକଙ୍କୁ ରୋକିଥିଲେ। ପରେ ଏହା ହିଂସାତ୍ମକ ମୋଡ଼ ନେଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ପାଇଁ ଅଞ୍ଚଳରେ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

Share