Categories: ଜାତୀୟ

ଗୌତମବୁଦ୍ଧ ନଗରରେ ମେ ୩୧ ପର୍ଯ୍ୟନ୍ତ ୧୪୪

ଲକ୍ଷ୍ନୌ,୩।୫: ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଗୌତମବୁଦ୍ଧ ନଗରରେ ୧୪୪ ଧାରା ଲାଗୁ କରିଛନ୍ତି। କଟକଣା ମେ’ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଦେଶରେ କରୋନାର ଚତୁର୍ଥ ଲହର ସଂକ୍ରମଣ ଆଶଙ୍କା କରାଯାଉଥିବା ବେଳେ ଗୌତମବୁଦ୍ଧ ନଗରରେ ସଂକ୍ରମଣ ବଢ଼ିବାରେ ଲାଗିଛି। ବଢ଼ୁଥିବା ସଂକ୍ରମଣ ଏବଂ ଆଗାମୀ ଦିନରେ ପାଳନ ହେବାକୁ ଥିବା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ପରୀକ୍ଷାସ୍ଥଳଗୁଡ଼ିକରେ କଡ଼ାକଡ଼ି ଭାବେ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Share