Advertisement

ଭଦ୍ରକ ଜିଲାରେ ୧୪୪ ଧାରା ଲାଗୁ, ୫ରୁ ଅଧିକ ଏକାଠି ହେବା, ବୁଲିବା ମନା

ଭୁବନେଶ୍ୱର,୩୦।୫: ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଗୁରୁବାର ପ୍ରଚାର ଶେଷ ହୋଇଛି। ଏପରିକି ନିର୍ବାଚନ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାରେ ୧୪୪ ଧାରା ଲାଗୁ ହୋଇଛି। ଆଜି ସନ୍ଧ୍ୟା ୬ଟାରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ୫ ଜଣରୁ ଅଧିକ ଏକାଠି ହେବା, ବୁଲିବା, ପ୍ରଚାର କରିବା ଆଦି ମନା ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share