ପୁରୀ ଅଫିସ,୪।୧୧: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଗୁରୁବାର ଦୀପାବଳିରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି ହୋଇଛି। ସେହିପରି ଶ୍ରୀମନ୍ଦିର ଓ ଚତୁଃପାର୍ଶ୍ୱରେ ଜନସମାଗମ ନ ହେବା ପାଇଁ ୧୪୪ ଧାରା ଜାରି କରାଯାଇଛି। ଗୁରୁବାର ଭୋର ୪ଟାରୁ ପରବର୍ତ୍ତୀ ମଧ୍ୟବର୍ତ୍ତୀ ରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କାଉଁରିଆ କାଠି ଜାଳିବା ସମୟରେ ପ୍ରବଳ ଜନସମାଗମ ହେବା, ପ୍ରଦୂଷଣ ମାତ୍ରା ବୃଦ୍ଧି ଓ କୋଭିଡ୍ କଟକଣା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି। ସେହିପରି ଦୀପାବଳିରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ନୀତିକାନ୍ତି ଲାଗି କେବଳ ସ୍ବୀକୃତିପ୍ରାପ୍ତ ଲୋକେ ଶ୍ରୀମନ୍ଦିରକୁ ଯାଇପାରିବେ। ଗୟା ଶ୍ରାଦ୍ଧ ଦେବା ନେଇ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କୁ ନିରାଶ ହେବାକୁ ପଡ଼ିବ।