Categories: ଜାତୀୟ

ମହାପଞ୍ଚାୟତ ପୂର୍ବରୁ ଶାହାରନପୁରରେ ୧୪୪ ଧାରା

ଶାହାରନପୁର,୧୦।୨: ଉତ୍ତରପ୍ରଦେଶ ଶାହାରନପୁରରେ ବୁଧବାର କୃଷକ ମହାପଞ୍ଚାୟତ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ମହାପଞ୍ଚାୟତରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ସେ ଜୟ ଯବାନ ଜୟ କିଷାନ ଅଭିଯାନ ଆରମ୍ଭ କରିଥାନ୍ତେ। ମାତ୍ର କଟକଣା ଜାରି ହେବାରୁ ସବୁ ଯୋଜନା ଫସର ଫାଟି ଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟରୁ କରୋନା ମହାମାରୀ ମାର୍ଗ ଦର୍ଶିକା, ଆଇନ ଶୃଙ୍ଖଳା ସ୍ଥିତି ଆଦିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି।

Share