ରାନ୍ଦିଆ କମ୍ପାନୀ ଗେଟ୍‌ ଆଗରେ ୧୪୪ ଧାରା ବଳବତ୍ତର

ଭଦ୍ରକ ଅଫିସ, ୨୨।୪: ଭଦ୍ରକ ରାନ୍ଦିଆରେ ଥିବା ଏକ କମ୍ପାନୀର ୨୦୦ ମିଟର ଅଞ୍ଚଳରେ ଶନିବାର ପୂର୍ବାହ୍ନ ୬ ଟାରୁ ୨୫ ଏପ୍ରିଲ ପୂର୍ବାହ୍ନ ୬ ଟା ପର୍ଯ୍ୟନ୍ତ ୧୪୪ ଧାରାକୁ ବଳବତ୍ତର କରାଯାଇଛି । କମ୍ପାନୀ ରେ ଫରନେସ ଚାର୍ଜିଙ୍ଗ ବେଳେ ନିଆଁ ଲାଗି ଗୁରୁତର ହୋଇଥିବା ବରପଦା ଗ୍ରାମର ବିଜୟ ମହାପାତ୍ରଙ୍କର ଶୁକ୍ରବାର ରାତିରେ ମୁମ୍ବାଇ ନ୍ୟାସନାଲ ବର୍ଣ୍ଣ ସେଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ପୂର୍ବରୁ ଅନ୍ୟ ଜଣେ ପୋଡି ଯାଇଥିବା ଶ୍ରମିକ ରତିକାନ୍ତ ସୁତାରଙ୍କ ମୃତ୍ୟୁ ହୋଇ ସାରିଛି । ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସବଡିଭିଜିନାଲ ମାଜିଷ୍ଟ୍ରେଟ ମନୋଜ କୁମାର ପାତ୍ରଙ୍କ ନିର୍ଦ୍ଦେଶମତେ ୧୪୪ ଧାରା ଜାରି କରାଯାଇଛି।