ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗିବା ଘଟଣା: ଜାରି ହୋଇଥିବା ୧୪୪ ଧାରା ଆଉ ୪୮ଘଣ୍ଟାକୁ ବୃଦ୍ଧି

ଭଦ୍ରକ ଅଫିସ, ୧୪।୪: ଭଦ୍ରକ ଜିଲାର ଏକ କମ୍ପାନୀ ଗେଟ୍‌ର ୨୦୦ ମିଟର ଅଞ୍ଚଳରେ ବୁଧବାରରୁ ଜାରି ରହିଥିବା ୧୪୪ ଧାରାକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯାଇଛି। ଗତ ମଙ୍ଗଳବାର କମ୍ପାନୀରେ ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି ଦୁଇ ଶ୍ରମିକ ଗୁରୁତର ହୋଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା।  ଉତ୍ତେଜନା ପରିସ୍ଥିତିକୁ ନେଇ ସବଡ଼ିଭିଜିନାଲ ମାଜିଷ୍ଟ୍ରେଟ ମନୋଜ କୁମାର ପାତ୍ରଙ୍କ ନିର୍ଦ୍ଦେଶମତେ ୧୪୪ ଧାରା ଜାରି କରାଯାଇଛି । କମ୍ପାନୀ ପରିସରରେ ଭଙ୍ଗାରୁଜା ସହ ଉତ୍ତେଜନାକୁ ନଜରରେ ରଖି ଏହି କଟକଣା ଜାରି କରାଯାଇଥିଲା। ଶୁକ୍ରବାର ସକାଳ ୬ ଟାରେ ଅବଧି ସରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ଏହାକୁ ୧୬ ଏପ୍ରିଲ ସକାଳ ୬ଟା ଯାଏ ବୃଦ୍ଧି କରାଯାଇଛି।

Share