୧୨ ରାତି ୮ଟାରୁ ୧୪୪

ଭବାନୀପାଟଣା,୯।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ପସ୍ତୁତି ଚୂଡାନ୍ତ ହୋଇଛି। ଆସନ୍ତା ୧୩ ତାରିଖ ମା’ଙ୍କ ଯାତ୍ରା ହେବ। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରରେ ୧୨ତାରିଖ ରାତି ୮ଟାରୁ ୧୩ ତାରିଖ ମନ୍ଦିରରେ ଛତର ପହଞ୍ଚିବା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁହେବ। ଏନେଇ ସହରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ନନ୍ଦ ପ୍ରକାଶ କରିଛନ୍ତି। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍‌ କଟକଣାରେ ବିନା ଭକ୍ତରେ ଯାତ୍ରା ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

Share