Categories: ଜାତୀୟ

ମୁମ୍ବାଇରେ ଲାଗୁ ହେଲା ୧୪୪ ଧାରା

ମୁମ୍ବାଇ,୧୧।୧୨: ନୂଆ ଭାରିଏଣ୍ଟ ‘ଓମିକ୍ରନ’ ଦେଶରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ମୁମ୍ବାଇ ପ୍ରଶାସନ ପଦକ୍ଷେପ ନେଇଛି। ଶନିବାର ଏବଂ ରବିବାର ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି। ମୁମ୍ବାଇରେ କୌଣସି ପ୍ରକାରର ଭଡ, ବିକ୍ଷୋଭ ଓ ସମାବେଶ ହୋଇପାରିବ ନାହିଁ।

ଲୋକଙ୍କ ସ୍ବାସ୍ଥକୁ ଦୃଷ୍ଟିରେ ରଖି ଡେପୁଟି ପୁଲିସ କମିଶନର ୪୮ ଘଣ୍ଟା ପାଇଁ ଏପରି କଟକଣା ଲଗାଇବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ୧୪୪ ଧାରା ଲାଗୁ ହେଉଥିବାରୁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଛି। ଲୋକଙ୍କୁ ମାଇକ୍‌ ଯୋଗେ ମଧ୍ୟ ସତର୍କ କରାଯାଉଛି।

ଜଣେ ଅଧିକାରୀ କହିଛନ୍ତି, ଅମରାବତୀ, ମାଲେଗାଓଁ ଓ ନାନ୍ଦେନ୍ଦରେ ଦେଖା ଯାଇଥିବା ହିଂସାକୁ ଦୃଷ୍ଟିରେ ରଖି ୪୮ ଘଣ୍ଟା ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କୁ ଆଇପିସିଏର ୧୮୮ ଓ ଅନ୍ୟାନ୍ୟ ଦଫାରେ ଦଣ୍ଡ ଦିଆଯିବ।

Share