ଦଶାଶ୍ୱମେଧ ଘାଟରେ ଲାଗିଲା ୧୪୪ ଧାରା

ଯାଜପୁର ଟାଉନ,୮ା୪: ଶୁକ୍ରବାର ହେବାକୁ ଥିବା ବାରୁଣୀ ସ୍ନାନ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୧୪୪ ଧାରା ଜାରି କରାଯାଇଛି। ପୂର୍ବରୁ ବାରୁଣୀ ସ୍ନାନ ଓ ମେଳା ବନ୍ଦ ରଖିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଯାଜପୁର ସହର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପ୍ରତ୍ୟେକ ବର୍ଷ ମହାସମାରୋହରେ ବାରୁଣୀ ସ୍ନାନ ସହ ମେଳା ଅନୁଷ୍ଠିତ ହୋଇଥାଏ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହି ସ୍ନାନ ଓ ମେଳା ବନ୍ଦ କରାଯାଇଛି। ଦଶାଶ୍ୱମେଧଘାଟ ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ନିୟମ ଅମାନ୍ୟ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

Share