୨୩ରୁ ପୁରୀରେ ୧୪୪

ପୁରୀ ଅଫିସ,୨୧।୬: ସ୍ନାନଯାତ୍ରା ପାଇଁ ପୁରୀ ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନସମାଗମ ରୋକିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି। ଆସନ୍ତା ୨୩ ତାରିଖ ରାତ୍ର ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କେବଳ ଅନୁମତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ସୋମବାର ପୁରୀ ଉପଜିଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ବଡ଼ଦାଣ୍ଡ ମାର୍କେଟ ଛକଠାରୁ କାକୁଡ଼ିଖାଇ ଛକ, ମରିଚିକୋଟ ଛକରୁ ଲବଣିଖିଆ ଛକ, ଜେନାରୀଗଛ ଛକ ଦେଇ ଲବଣିଖିଆ ଛକଠାରୁ ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ୧୪୪ ଧାରା ହୋଇଛି। ସେଠାରୁ ଭୋଗଯାଗା ଓ ଖୁଣ୍ଟିଆ ସାହି ଛକ ଦେଇ ଜହ୍ନିମୁଣ୍ଡିଆ ଛକଠାରୁ ବାଲିସାହି, ବାଲିସାହି କଦମ୍ବଗଡ଼ ଛକ ଦେଇ ଖୁଣ୍ଟିଆ ସାହି ଛକଠାରୁ ସୁଦର୍ଶନ ଗେଷ୍ଟ ହାଉସ, ବରାହୀ ଓ ପଞ୍ଚୁଆତି ଛକ ଦେଇ ସୁଦର୍ଶନ ଗେଷ୍ଟ ହାଉସ୍‌ ଛକଠାରୁ ହରଚଣ୍ଡୀ ସାହି ମାଛହାଟ ଛକ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି। ସେଠାରୁ ଶୀତଳ ପିଣ୍ଡା ଓ ବାରବାଟୀ ଯାଗା ଦେଇ ମାଛହାଟ ଛକଠାରୁ ଲୋକନାଥ ରୋଡ୍‌ ବୃଷଭ ଛକ, ବୃଷଭ ଛକଠାରୁ ଛପନ ଛକ, ମଙ୍ଗଳାଘାଟ ମାଳିକା ଛକ, ବାଲିସ୍କୁଲ୍‌ ମିଶ୍ର ସାହି ଓ ସାତବଖରା ଜାଗା ଦେଇ ପାଣ୍ଡ ଯାଗା, ଚୁଡ଼ଙ୍ଗ ସାହି, ବାନାମ୍ବର ଛକ, ଶନି ମନ୍ଦିର ଓ ଇଣ୍ଡିଆନ୍‌ ବ୍ୟାଙ୍କ ଛକ ଦେଇ ମରିଚିକୋଟ ଛକ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି।

Share