ଭିଜିଲାନ୍ସ ଜାଲରେ ସେକ୍ସନ ଅଧିକାରୀ

ବଲାଙ୍ଗୀର ଅଫିସ,୨୫।୧: ବଲାଙ୍ଗୀର ଜିଲା ଆଗଲପୁର ତହସିଲ ସେକ୍ସନ ଅଧିକାରୀ ପ୍ରଫୁଲ୍ଲ କୁମାର ସାଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ସକାଳେ ତାଙ୍କ ବଲାଙ୍ଗୀର ଗାନ୍ଧୀନଗରସ୍ଥିତ ଘର ସମେତ ଆଗଲପୁର ତହସିଲ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି। ବଲାଙ୍ଗୀର, ସମ୍ବଲପୁର ଓ ସୋନପୁର ଭିଜିଲାନ୍ସ ଟିମ୍‌ ଏହି ଚଢାଉରେ ସାମିଲ ଅଛନ୍ତି। ଚଢ଼ାଉ ଜାରି ରହିଥିବା ବେଳେ ସମ୍ପତ୍ତିର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।

Share