ଭୁବନେଶ୍ବର,୧୮।୫(ବ୍ୟୁରୋ): ଖାଦ୍ୟ ସୁରକ୍ଷା କମିଶନ ଅଫିସର ସେକ୍ସନ ଅଫିସର ଗିରିଜା ଦାସ ଲାଞ୍ଚ ନେଇ ଧରାପଡ଼ଛନ୍ତି। । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ନେଇଛି। ମେଡିସିନ ଷ୍ଟୋରର ଫାର୍ମାସିଷ୍ଟଙ୍କ ନା ବଦଳାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଡ୍ରଗ୍ସ କଣ୍ଟ୍ରୋଲର ଅଫିସ୍ର ଷ୍ଟାଫଙ୍କୁ ପ୍ରଭାବିତ କରି ବଦଳାଇବେ ବୋଲି କହିଥିଲେ । ପରେ ଗିରିଜାଙ୍କ ୨ଟି ଘରେ ଭିଜିଲାନ୍ସ ଟିମ ପକ୍ଷରୁ ଚଢାଉ କରାଯାଇଛି ।