Categories: ଜାତୀୟ

ଧର୍ମନିରପେକ୍ଷ-ସାମ୍ପ୍ରଦାୟିକ ରାଜନୀତି ଦେଶ ପାଇଁ କ୍ଷତିକାରକ: ମୋଦି

ଗୁଆହାଟି,୩।୪: ଦେଶର ବିକାଶ ପଥରେ ଧର୍ମନିରପେକ୍ଷ ଏବଂ ସାମ୍ପ୍ରଦାୟିକ ରାଜନୀତି ବାଧା ସୃଷ୍ଟି କରୁଛି। ଏଭଳି ରାଜନୀତି ଖେଳ ଦେଶ ପାଇଁ କ୍ଷତିକାରକ। ଭାଜପା ସରକାର ସବ୍‌କା ସାଥ୍‌-ସବ୍‌କା ବିକାଶ-ସବ୍‌କା ବିଶ୍ୱାସ ମନ୍ତ୍ର ଆଧାରରେ ବିଭିନ୍ନ ଯୋଜନା ପ୍ରଣୟନ କରି ସାଧାରଣ ଜନତାଙ୍କ ସ୍ଥିତିରେ ପରିବର୍ତ୍ତନ ଆଣିବାର ପ୍ରୟାସ କରୁଛନ୍ତି। ମାତ୍ର ଏହାକୁ ବିରୋଧୀ ଦଳ ପକ୍ଷରୁ ଧର୍ମନିରପେକ୍ଷ ତଥା ସାମ୍ପ୍ରଦାୟିକ ଭେଦଭାବ ଭାବେ ଉପସ୍ଥାପନ କରାଯାଇ ନିଜର ସ୍ବାର୍ଥ ହାସଲ ଲାଗି ରାଜନୈତିକ ଖେଳରେ ସାମିଲ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ତାମୁଲପୁରରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଏଭଳି କହିଛନ୍ତି। ସଭାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କର ହଠାତ୍‌ ଦେହ ଖରାପ ହେବାରୁ ମୋଦି ଭାଷଣ ଅଧାରେ ବନ୍ଦ କରି କହିଥିଲେ ଯେ, ମୋ ସହିତ ଆସିଥିବା ଡାକ୍ତରୀ ଦଳ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରନ୍ତୁ। ଏହାପରେ ସେ ପୁଣି ଭାଷଣ ଜାରି ରଖିଥିଲେ। ବିକାଶରେ ଭେଦଭାବ ଭାଜପାର ସିଦ୍ଧାନ୍ତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share