Posted inଜାତୀୟ

୧୦ ମିନିଟରେ ଦିଲ୍ଲୀ ବିମାନବନ୍ଦରରେ ହେବ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨୧।୬: ବିମାନ ଯାତ୍ରା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଗଲେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥାଏ। ନିକଟରେ ଏକ ସ୍ପାଇସ୍‌ ଜେଟ୍‌ ବିମାନରେ ନିଆଁ ଲାଗିବାରୁ ବିହାରର ପାଟନା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିଲ୍ଲୀ ବିମାନବନ୍ଦର ସୁରକ୍ଷା ଏଜେନ୍ସି ପକ୍ଷରୁ ଏକ ମକ୍‌ଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଏକ ବିମାନକୁ ଜରୁରୀକାଳୀନ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆବଶ୍ୟକ ପରିସ୍ଥିତିର ମୁକାବିଲା କରି ବିମାନଟି ୧୦ମିନିଟ୍‌ରେ ମଧ୍ୟରେ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଥିବା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସାଧାରଣତଃ ବିମାନର ଜରୁରୀ ଅବତରଣ ସମୟ ୨୦ ମିନିଟ ରହିଥାଏ। ତେବେ ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ପାଇଁ ହାଇ ଆଲର୍ଟ ଘୋଷଣା ହେବାର ୧୦ମିନିଟ ମଧ୍ୟରେ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିଲା। ଯେଉଁଥିରେ ଅଗ୍ନି ନିରାପତ୍ତା ସମେତ ବିମାନ ଅବତରଣ ବେଳେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଏପରିକି ଏକ ଦିଲ୍ଲୀ ବିମାନ ବନ୍ଦରର ଅସ୍ଥାୟୀ ଡାକ୍ତରଖାନାର ବ୍ୟବସ୍ଥା କରାଯାଇଥିବା ବେଳେ ୫ଜଣ ଡାକ୍ତର ମଧ୍ୟ ଉପସ୍ଥିତ ରହିଥିଲେ। ଜରୁରୀକାଳୀନ ଅବତରଣର ସୂଚନା ପାଇବା ଏର୍ମାଜେନ୍ସି ଟିମ୍‌ ରନଓ୍ବେରେ ପହଞ୍ଚି ନିଜ କଳାକୌଶଳ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବଢୁଥିବା ହିଂସା ମଧ୍ୟରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ପୁଣି ଲାଗୁ ହେଲା…

ନୂଆଦିଲ୍ଲୀ,୧୪ା୧୧: ମଣିପୁରର ହିଂସାପ୍ରଭାବିତ ଜିରିବାମ୍‌ ସମେତ ୬ ଥାନା ଅଞ୍ଚଳରେ କେନ୍ଦ୍ର ସରକାର ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ପୁଣିଥରେ ଲାଗୁ କରିଛନ୍ତି।...

ବ୍ରେଷ୍ଟ ମିଲ୍କ ବିଜନେସ୍‌ର ଲାଇସେନ୍ସ ହେବ ରଦ୍ଦ, କେନ୍ଦ୍ର ସରକାରଙ୍କ ସୂଚନା…

ବେଙ୍ଗାଲୁରୁ,୧୪।୧୧: ବ୍ରେଷ୍ଟ ମିଲ୍କ ସଂଗ୍ରହ ତଥା ବ୍ୟବସାୟକୁ ଅନୁମତି ଦେଇଥିବା ଲାଇସେନ୍ସ ବାତିଲ କରିବାକୁ ରାଜ୍ୟ ସରକାର କର୍ନାଟକ ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି। କର୍ନାଟକ ହାଇକୋର୍ଟ...

ଅନଲାଇନ ମୋଡରେ ଚାଲିବ ପ୍ରାଇମେରୀ ସ୍କୁଲ, ମୁଖ୍ୟମନ୍ତ୍ରୀ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୧୧: ଦିଲ୍ଲୀରେ ପ୍ରଦୂଷଣ ହେତୁ ପରିସ୍ଥିତି ଦିନକୁ ଦିନ ବିଗିଡି ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ଅନଲାଇନ ମୋଡରେ...

ହସ୍ପିଟାଲରେ ନାଚିଲେ ଡାକ୍ତର-ନର୍ସ, ଭିଡିଓ ଭାଇରାଲ

ବାରାଣସୀ,୧୪।୧୧: ଉତ୍ତର ପ୍ରଦେଶ ବାରାଣସୀରେ ଥିବା ଦିନ ଦୟାଲ ଉପାଧ୍ୟାୟ ଜିଲା ହସ୍ପିଟାଲରେ ଡାକ୍ତର ଓ ନର୍ସମାନେ ଡ୍ୟାନ୍ସ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ...

ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ ପାଇଁ କାନାଡା ନିକଟରେ ଦାବି କଲା ଭାରତ

ଭାରତ/ଓଟାଓ୍ବା,୧୪।୧୧: ଭାରତ ସରକାର କାନାଡାରୁ ଅର୍ଶ ସିଂ ଗିଲ ଓରଫ ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛନ୍ତି। ଗଣମାଧ୍ୟମର ଅନୁସନ୍ଧାନର ଉତ୍ତରରେ ବୈଦେଶିକ ବ୍ୟାପାର...

ଦିଲ୍ଲୀରେ ଭୟଙ୍କର ହେଲା ପ୍ରଦୂଷଣ: ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ଅଙ୍କୁଶ, ସ୍କୁଲ୍ ଛୁଟି

ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା(ଏକ୍ୟୁଆଇ) ଦେଶରେ ପ୍ରଥମରେ ଥିବା ବେଳେ ଗୁରୁବାର ଏହା ୪୨୮...

ଦିଲ୍ଲୀ ମେୟର ନିର୍ବାଚନରେ ଭାଜପାକୁ ଝଟକା, ବାଜି ମାରିଲା ଏଏପି

ନୂଆଦିଲ୍ଲୀ,୧୪।୧୧: ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏମସିଡି ମେୟର ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ବିଜୟୀ ହୋଇଛନ୍ତି।...

ମୋଦିଙ୍କ ନକଲ କରୁଛନ୍ତି କେଜରିଓ୍ବାଲ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୪।୧୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପିର ଜାତୀୟ ସଂଯୋଜକ ହନୁମାନ ଭକ୍ତ ଅରବିନ୍ଦ କେଜରିୱାଲ ବର୍ତ୍ତମାନ ମନ୍ଦିରରୁ ମନ୍ଦିରକୁ ବୁଲୁଛନ୍ତି। ଏଥିରୁ ଜଣାପଡୁଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri