ପୁରୀ ଅଫିସ,୭।୪: ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ଏ ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଆଜି ରାତିରୁ ମନ୍ଦିରରେ ଜଣେ ପୋଲିସ ଅଫିସରଙ୍କ ନେତୃତ୍ୱରେ ଜେଟିପି ସହ ପୋଲିସ ମୁତୟନ ହେବେ। ମନ୍ଦିର ପରିସରର ବିଭିନ୍ନ ଜାଗାରେ ୧୩୫ ସିସିଟିଭି ଲାଗିବା ସହ ରୋଷ ଘର ଗେଟ୍ରେ ୪ଟି ଜାଗାରେ ସିସିଟିଭି ଲଗାଯିବା ନେଇ ନିଷ୍ପତ୍ତି ହୋଇଛି।