ବଢିଲା ମିକା ସିଂଙ୍କ ସୁରକ୍ଷା

ମୁମ୍ବାଇ,୩୧ ।୫: ପଞ୍ଜାବର ଜଣାଶୁଣା ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ତେବେ ସିଦ୍ଧୁଙ୍କୁ ହତ୍ୟା କରାଯିବା ପରେ ତାଙ୍କ ବନ୍ଧୁ ତଥା ବଲିଉଡ ସିଙ୍ଗର ମିକା ସିଂଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଥିବା ସୂଚନା ମିଳିଛି । ମିକା ସିଂ ଏବେ ପଞ୍ଜାବଠାରୁ ଦୂର ଯୋଧପୁରରେ ତାଙ୍କ ରିୟଲିଟି ଶୋ’ ଶୁଟିଂରେ ବ୍ୟସ୍ତ ଅଛନ୍ତି । ସେଠାରେ ହିଁ ଯୋଧପୁର ପୋଲିସ କମିଶନର ମିକା ସିଂ ରହୁଥିବା ହୋଟେଲ ବାହାରେ ଓ ଭିତରେ ପୋଲିସ ସୁରକ୍ଷା ବୃଦ୍ଧି କରାଯାଇଛ ବୋଲି ସୂଚନା ଦେଇଛନ୍ତିି ।
ଯୋଧପୁର ଡିସିପି ଭୁବନ ଭୂଷଣ ଯାଦବ କହିଛନ୍ତି ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ମିକାଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି । ଏହା ଏଇଥିପାଇଁ କରାଯାଇଛି କି ମିକା ଓ ସିଦ୍ଧୁ ଉଭୟ ଭଲ ବନ୍ଧୁ ଥିଲେ । ଆଉ ସିଦ୍ଧୁଙ୍କ ମୃତ୍ୟୁ ପରେ ମିକା ସୋସିଆଲ ମିଡିଆରେ ତାଙ୍କୁ ନେଇ କିଛିଟା ପୋଷ୍ଟ ବି କରିଛନ୍ତି ।

Share