Categories: ଜାତୀୟ

ଅଗଷ୍ଟ ୧୫ ପାଇଁ ସୁରକ୍ଷା ଛାଉଣୀ: ଦିଲ୍ଲୀରେ ୧୦ ହଜାର ସୁରକ୍ଷାକର୍ମୀ ନିୟୋଜିତ, ଡ୍ରୋନରେ ପାଟ୍ରୋଲିଂ…

ନୂଆଦିଲ୍ଲୀ,୧୪।୮ : ସ୍ବାଧୀନତା ଦିବସରେ ସମସ୍ତ ଉତ୍ସବକୁ ସଫଳତାର ସହିତ ପାଳନ କରିବା ପାଇଁ ସୁରକ୍ଷା ଏଜେନ୍ସିଗୁଡିକ ବିସ୍ତୃତ ବ୍ୟବସ୍ଥା କରିଛନ୍ତି । ଦିଲ୍ଲୀ ସୁରକ୍ଷା ଛାଉଣୀରେ ପରିଣତ କରାଯାଇଛି। ଏହି ବ୍ୟବସ୍ଥା ବିଷୟରେ ଅବଗତ ଥିବା ଅଧିକାରୀମାନେ କହିଛନ୍ତି ଦିଲ୍ଲୀ-ଏନସିଆରର ଲୋକମାନେ ନିରାପଦରେ ରହି ଟ୍ରାଫିକ ସୁରୁଖୁରୁରେ ସୁନିଶ୍ଚିତ କରିବା ପାଇଁ ମଙ୍ଗଳବାର ସ୍ବାଧୀନତା ଦିବସରେ ୧୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ସେ କହିଛନ୍ତି ଏହା ସହିତ ଉତ୍ସବରେ ସଜାଗ ରହିବାକୁ ଅନ୍ୟ ଅଧିକାରୀ ମଧ୍ୟ ନିୟୋଜିତ ହେବେ।

ରିପୋର୍ଟ ଅନୁଯାୟୀ ଡେପୁଟି କମିଶନର ଅଫ ପୋଲିସ (ଲୋକସମ୍ପର୍କ ଅଧିକାରୀ) ସୁମନ ନାଲୱା କହିଛନ୍ତି ସ୍ବାଧୀନତା ଦିବସ ପାଳନ ଅବସରରେ ସୁରକ୍ଷା ଦାୟିତ୍ୱରେ ଥିବା ଦିଲ୍ଲୀ ପୋଲିସ ଗର୍ବିତ। ସମଗ୍ର ସହରରେ କୌଣସି ପ୍ରତିବନ୍ଧକ ବିନା ଏହି ପର୍ବ ପାଳନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଡ୍ରୋନ ଦ୍ୱାରା ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।

Share