Categories: ଫୁରସତ

ସୁରକ୍ଷା, ଖାଦ୍ୟ ନିରାପତ୍ତା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ

ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଗୁଜରାଟ ଆନନ୍ଦର ଅମୁଲ ଦୁଗ୍ଧ ସମବାୟ ସମିତିକୁ ସମର୍ଥନ କରି ଏବଂ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ କରି ଦୁଗ୍ଧର ଉତ୍ପାଦନ ତଥା ଯୋଗାଣ ବୃଦ୍ଧି ପାଇଁ ଏକ ଜାତୀୟ ଅଭିଯାନ ଆରମ୍ଭ କରିଥିଲେ। ଏହା ସହିତ ସେ ଭାରତର ଖାଦ୍ୟ ଉତ୍ପାଦନକୁ ବୃଦ୍ଧି କରିବାର ଆବଶ୍ୟକତାକୁ ଦର୍ଶାଇ ଶାସ୍ତ୍ରୀ ୧୯୬୫ରେ ଭାରତରେ ସବୁଜ ବିପ୍ଳବକୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ। ଏହି ଯୋଜନା ଦ୍ୱାରା ବିଶେଷ କରି ତାଙ୍କ ସମୟରେ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନରେ ବୃଦ୍ଧି ଘଟିଥିଲା।
ସେ ଭଲ ଭାବେ ହୃଦୟଙ୍ଗମ କରିଥିଲେ ଯେ, ଦେଶର ସୁରକ୍ଷା ଏବଂ ଖାଦ୍ୟ ନିରାପତ୍ତା ଉଭୟ ଦେଶର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଅକ୍ଟୋବର ୨ରେ ମୁଗଲସରାଇଠାରେ ଲାଲ ବାହାଦୂର ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଶାରଦା ପ୍ରସାଦ ଶ୍ରୀବାସ୍ତବ ଏବଂ ମାତାଙ୍କ ନାମ ରାମଦୁଲାରୀ ଦେବୀ ଥିଲା। ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଦେଶବାସୀଙ୍କ ମନୋବଳ ବଢ଼ାଇବା ପାଇଁ “ଜୟ ଯବାନ, ଜୟ କିଷାନ” ସ୍ଲୋଗାନ ଦେଇଥିଲେ।
୧୦ ଜାନୁଆରୀ ୧୯୬୬ରେ ତାସକେଣ୍ଟ ଚୁକ୍ତିନାମା ସହିତ ଯୁଦ୍ଧ ଶେଷ ହୋଇଥିଲା। ଜାନୁୟାରୀ ୧୧ରେ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା।

Share