ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ: ୨ ଯବାନ ଗୁରୁତର

କଣ୍ଟାମାଳ,୧୦।୭(ଡି.ଏନ୍‌.ଏ.): ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଉମା ଜଙ୍ଗଲରେ ଗୁଳି ବିନିମୟ ହୋଇଛିି। । ୮ ଘଣ୍ଟାରୁ ଅଧିକ ସମୟ ଧରିି ଗୁଳିବିନିମୟ ଚାଲିଥିବା ଆଇଜି (ଅପରେଶନ) ଅମିତାଭ ଠାକୁର ସୂଚନା ଦେଇଛନ୍ତି। ଗୁଳିବିନିମୟ ବେଳେ ୨ ଜଣ ଯବାନ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।