Categories: ଜାତୀୟ

ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୪।୧୨: ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି କରିବା ଲାଗି ଆତଙ୍କବାଦୀ ସଂଗଠନ ପକ୍ଷରୁ ଲଗାତାର ଉଦ୍ୟମ ଜାରି ରହିଛି। ବାରମୁଳାରେ ଗୁରୁବାର ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ବାରମୁଳା ସେକ୍ଟରରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ସତର୍କ ସୂଚନା ଆଧାରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯିବା ସହିତ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ତେବେ ସେମାନେ ପ୍ରଥମେ ଗୁଳି ଚାଳନା କରିବା ଆରମ୍ଭ କରିଥିଲେ। ଏହାର ଜବାବରେ ସିଆର୍‌ପିଏଫ୍‌ ଏବଂ ପୋଲିସ ବାହିନୀ ପକ୍ଷରୁ ପାଲଟା ଆକ୍ରମଣ ହୋଇଥିବା କଶ୍ମୀର ଜୋନ ପୋଲିସ ପକ୍ଷରୁ କୁହାଯାଇଛି।

Share