Categories: ଜାତୀୟ

ପୁଲଓ୍ବାମାରେ ସୁରକ୍ଷା ବଳକୁ ବଡ଼ ସଫଳତା

ଶ୍ରୀନଗର,୨୭।୧୨: କଶ୍ମୀରର ପୁଲଓ୍ବାମା ଜିଲାରେ ସୁରକ୍ଷା ବଳକୁ ସୋମବାର ବଡ଼ ସଫଳତା ମିଳିଛି। ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଇ-ମହମ୍ମଦ (ଜେଇଏମ) ପାଇଁ କାମ କରୁଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ଯୋଗୁ ବୁଦଗ୍ରାମ ଜିଲାରେ ଜେଇଏମ୍‌ ସଦସ୍ୟମାନେ ସକ୍ରିୟ ଥିଲେ।

ପୋଲିସ ପ୍ରବକ୍ତାଙ୍କ ଅନୁଯାୟୀ, ଗିରଫ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ଆଦିଲ ଅଲି ଓ ଅସିଫ ଗୁଲଜାର ବୋଲି ଚିହ୍ନଟ କରାଯାଇଛି। ଜେଇଏମ୍‌ ସହ ଜଡ଼ିତ ଏହି ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷା ବଳ ଗିରଫ କରିଛି। ସେମାନଙ୍କ ଠାରୁ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ସେମାନେ ଜେଇଏମ୍‌ କମାଣ୍ଡରଙ୍କ ସହ ଯୋଗାଯୋଗରେ ଥିଲେ। ବୁଦଗ୍ରାମରେ ସକ୍ରିୟ ଥିବା ଏହି ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟଙ୍କ ପାଇଁ ରହିବା ସ୍ଥାନ ବ୍ୟବସ୍ଥା କରିବା ଠାରୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଯୋଗାଇ ଦେବା ଏମାନଙ୍କ କାମ ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Share