ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ୭ ଆତଙ୍କବାଦୀ ନିହତ…

ଇସଲାମାବାଦ,୧୧।୯ : ପାକିସ୍ତାନର ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟର ରେ ୭ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ୬ ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି। ଚିତ୍ରାଲ ଜିଲାରେ ଏହି ଏନକାଉଣ୍ଟର ହୋଇଛି।

ଖାଇବର ପାଖ୍ଟନଖୱା ପ୍ରଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଗୁରୁତର ଭାବରେ ଖରାପ ହୋଇଛି, ଯେଉଁ କାରଣରୁ ଏଠାରେ ଅପରାଧିକ ଘଟଣା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୋଧରେ ବ୍ୟାପକ ଅପରେଶନ ଆରମ୍ଭ କରିଛନ୍ତି।

ସୁରକ୍ଷା ବାହିନୀଙ୍କ ଦ୍ୱାରା କରାଯାଇଥିବା ଅପରେଙ୍ଶନକୁ ସ୍ଥାନୀୟ ଲୋକ ପ୍ରଶଂସା କରିଛନ୍ତି। ଏହା ସହିତ ଆତଙ୍କବାଦର ବିପଦକୁ ଦୂର କରିବା ପାଇଁ ସେମାନେ ପାକିସ୍ତାନକୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇବାକୁ କହିଛନ୍ତି।

ଏହାପୂର୍ବରୁ ବୁଧବାର (ସେପ୍ଟେମ୍ବର ୬) ରେ ପାକିସ୍ତାନ-ଆଫଗାନିସ୍ତାନ ସୀମା ଉପରେ ହୋଇଥିବା ଆକ୍ରମଣରେ ଚାରିଜଣ ସୈନିକ ଏବଂ ୧୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆତଙ୍କବାଦୀଙ୍କ ଏକ ବଡ଼ ଗ୍ୟାଙ୍ଗ ଦୁଇଟି ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିଥିାଲ।

ସେନାର ମିଡିଆ ୱିଙ୍ଗ ଅନୁଯାୟୀ ଆଫଗାନିସ୍ତାନର ନୁରିସ୍ତାନ ଏବଂ କୁନାର ପ୍ରଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ମିଳିଥିଲା ଯେଉଁଥିରେ ସୁରକ୍ଷା ବାହିନୀ ଏକ ଅପରେସନ ଆରମ୍ଭ କରିଥିଲେ ଏବଂ ସେମାନେ ଆତଙ୍କବାଦୀଙ୍କ ସହ ସଂଘର୍ଷ କରିଥିଲେ। ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା।

 

Share