ପ୍ୟାରିସ,୧।୬: ୟୁକ୍ରେନର ଜଣେ ମଡେଲ (ସାୱା ପଣ୍ଟିଜସ୍କା) କାନ୍ସ ଫିଲ୍ମ ଫେଷ୍ଟିଭାଲର ଆୟୋଜକଙ୍କ ବିରୋଧରେ ଆଇନଗତ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ହୋଇଛି ଯେ ରେଡ କାର୍ପେଟରେ ଜଣେ ସୁରକ୍ଷାକର୍ମୀ ତାଙ୍କ ସହ ଅସଦାଚରଣ କରିଥିଲେ। କାନ୍ସ ଫେଷ୍ଟିଭାଲରେ ଯୋଗ ଦେଇଥିବା ଅନେକ ଅତିଥିଙ୍କ ମଧ୍ୟରୁ ଫ୍ୟାଶନ ଟିଭି ମଡେଲ ସାୱା ପଣ୍ଟିଜସ୍କା ଅନ୍ୟତମ। ମଡେଲ ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ଶେୟାର କରିଛନ୍ତି।
ଇନଷ୍ଟାଗ୍ରାମରେ ମଡେଲ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ ଦେଖାଯାଉଛି ଯେ ସିକ୍ୟୁରିଟି ଗାର୍ଡ ତାଙ୍କୁ ଜବରଦସ୍ତ ପ୍ରତିବନ୍ଧକ ଲଗାଉଥିଲେ। ସେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖାଯାଏ ଏବଂ ଏହି ସମୟରେ ସେ ପ୍ରାୟ ତଳେ ପଡ଼ିଯାଇଥିଲେ। ମଡେଲ କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ‘ଶାରୀରିକ ନିର୍ଯ୍ୟାତନା ଏବଂ ମାନସିକ କ୍ଷତି’ ବୋଲି ଅଭିଯୋଗ କରିଛନ୍ତି। ତାଙ୍କର ପ୍ରତିଷ୍ଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି। ଏଥିପାଇଁ ସେ ୧୦୦,୦୦୦ ୟୁରୋ କ୍ଷତିପୂରଣ ଦାବି କରିଛନ୍ତି।
ଭିଡିଓରେ ପଣ୍ଟିଜସ୍କା ପ୍ୟାଲେସ ଡେ ଫେଷ୍ଟିଭାଲର ସିଡ଼ିରେ ଠିଆ ହୋଇଥିଲେ, ଯେଉଁଠାରେ ଜଣେ ମହିଳା ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଠେଲି ଦେଉଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ଯେଉଁଥିରେ ପଣ୍ଟିଜସ୍କା ପ୍ରାୟ ତଳେ ପଡ଼ିଯାଉଥିବା ଦେଖାଯାଇଛି। ଏହା ପରେ ମଡେଲ ଜଣଙ୍କ ପାହାଚ ତଳକୁ ଯିବାକୁ ଚେଷ୍ଟା କଲେ, କିନ୍ତୁ ଅନ୍ୟ କିଛି ସୁରକ୍ଷା କର୍ମୀ ତାଙ୍କୁ ଅଟକାଇ ଭିତରକୁ ନେଇଗଲେ। ପଣ୍ଟିଜସ୍କା ଦାବି କରିଛନ୍ତି ଯେ ସେ କିଛି ଭୁଲ କରୁନାହାଁନ୍ତି।
https://www.instagram.com/p/C7PcpjvoyJ_/?utm_source=ig_embed&utm_campaign=embed_video_watch_again