ଧାରଣାରେ ବସିଲେ ସିକ୍ୟୁରିଟି କର୍ମଚାରୀ

ବଲାଙ୍ଗୀର,୧୧ା୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସିକ୍ୟୁରିଟିମାନେ ବର୍ଦ୍ଧିତ ଦରମା ଓ ଦରମା ସ୍ଲିପ୍‌ ଦାବିରେ ଶନିବାର ହସ୍ପିଟାଲ ପରିସରରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ ହସ୍ପିଟାଲ ପରିସରରେ ସୁରକ୍ଷା ପରିଚାଳନା ପ୍ରଭାବିତ ହୋଇଥିଲା। ଦୀର୍ଘବର୍ଷ ଧରି ସେମାନେ ଦାୟିତ୍ୱର ସହ କର୍ତ୍ତବ୍ୟ ସମ୍ପାଦନ କଲେ ମଧ୍ୟ ସେମାନଙ୍କୁ ଠିକ୍‌ ଭାବେ ଦରମା ଦିଆଯାଉ ନ ଥିବା ଅଭିଯୋଗ କରିଥିଲେ। ଧାରଣାସ୍ଥଳକୁ ଆସି ହସ୍ପିଟାଲ ଅଧୀକ୍ଷକ ଡା. ମାନସୀ ପଣ୍ଡା ସିକ୍ୟୁରିଟି କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଦାବି ପୂରଣ ନ ହେଲେ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଥିଲେ।