Categories: ଜାତୀୟ

ନୂଆ ସଂସଦ ଭବନ ନିକଟରେ ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନ ଉଦଘାଟନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି। ୨୮ ମେ’ ଅର୍ଥାତ୍‌ ରବିବାର ଏହା ଉଦଘାଟନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଏବେବି ରାଜନୀତି ହୋଇଛି ବେଶ ସରଗରମ। ଇତିମଧ୍ୟରେ ଦିଲ୍ଲୀ ପୋଲିସକୁ ସୂଚନା ମିଳିଛି କି ସଂସଦ ଭବନ ବାହାରେ ପାଚିରିରେ ଆଣ୍ଟି ସରକାର ଓ ଆଣ୍ଟି ପ୍ରଧାନମନ୍ତ୍ରୀ ସ୍ଲୋଗାନ ଲେଖାଯାଇପାରେ। ଏହି ଇନପୁଟ ଆଧାରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।
ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ନୂଆ ସଂସଦ ଭବନ ଆଖପାଖରେ ପୋଲିସ କର୍ମୀ ନିୟୋଜିତ ହୋଇଛନ୍ତି। ପ୍ରାୟ ୭୦ ପୋଲିସ କର୍ମୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହାସହ ଏସିପି ର଼୍ୟାଙ୍କର ଅଧିକାରୀ ଏହାର ମନିଟରିଂ କରୁଛନ୍ତି।

Share