ଡେରାଡୁନ,୨୦ା୪: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ୍ଙ୍କ ହତ୍ୟା ପରେ ପୋଲିସ ଉତ୍ତରାଖଣ୍ଡରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷାକୁ ନେଇ ସତର୍କତା ଅବଲମ୍ବନ କରିଛି। ସିଏମ୍ ଯୋଗୀଙ୍କ ସମ୍ପର୍କୀୟମାନେ ପୌରୀ ଜିଲାର ଯମକେଶ୍ୱର ବ୍ଲକ ଅନ୍ତର୍ଗତ ପଞ୍ଚୁର ଗ୍ରାମରେ ରୁହନ୍ତି। ସତର୍କତାମୂଳକ ପଦକ୍ଷେପ ଭାବରେ ଗାଁରେ ପାଟ୍ରୋଲିଂ ଏବଂ ପୋଲିସର ତଦାରଖ ବଢ଼ାଇ ଦିଆଯାଇଛି। ପରିବାର ସଦସ୍ୟଙ୍କ ସୁରକ୍ଷା ବଢ଼ାଇବା ସହିତ ପୋଲିସ ଅଭିଯୁକ୍ତଙ୍କ ଉପରେ ମଧ୍ୟ କଡ଼ା ନଜର ରଖିଛି।