ମୋହନଙ୍କ କ୍ୱାର୍ଟର୍ସରେ ବଢ଼ିଲା ସୁରକ୍ଷା

ଭୁବନେଶ୍ୱର,୧୨।୬: ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଗାନ୍ଧି ମାର୍ଗରେ ଥିବା ସରକାରୀ କ୍ୱାର୍ଟର୍ସରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ମଙ୍ଗଳବାର ରାତିରେ କ୍ୱାର୍ଟର୍ସ ନଂ- ବି/୧ରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। କିଛି ବନ୍ଧୁକଧାରୀ ବାଟାଲିୟନ ଯବାନ ମଧ୍ୟ କ୍ୱାର୍ଟର୍ସକୁ ଜଗିଛନ୍ତି । କ୍ୟାପିଟାଲ ଥାନା ଓ ବେଳନଗର ଥାନା ପୋଲିସ ତଦାରଖ ଅଧିକାରୀ ସୁରକ୍ଷାକୁ ତଦନ୍ତ କରୁଛନ୍ତି। ତେବେ ଆଜିଠାରୁ କ୍ୱାର୍ଟର୍ସ ସାମ୍ନାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯିବ। ଅନ୍ୟପଟେ, ଆଜି ମୋହନ ମାଝି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Share