ସୁରକ୍ଷା ଖୋଜୁଛି ସୁରକ୍ଷାକବଚ

ଭୁବନେଶ୍ୱର(ବ୍ୟୁରୋ)/ରାଜନଗର, ୨୪।୧୦(ଡି.ଏନ୍‌.ଏ):ହେନ୍ତାଳ ହେଉଛି ଲବଣ ପ୍ରତିରୋଧୀ ପ୍ରଜାତିର ବୃକ୍ଷ, ଯାହାକି ସମୁଦ୍ର ଉପକୂଳ ଏବଂ ନଦୀ ମୁହାଣରେ ଥିବା ଆର୍ଦ୍ର ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଏହା ବାତ୍ୟା, ଜୁଆର ସମୟରେ ମାଡ଼ି ଆସୁଥିବା ସମୁଦ୍ର ପାଣିରୁ ଉପକୂଳକୁ ସୁରକ୍ଷା ଦେଇଥାଏ। ସମୁଦ୍ର କୂଳରେ ମୃତ୍ତିକା କ୍ଷୟରୁ ମଧ୍ୟ ଏହି ହେନ୍ତାଳ ବଣ ରକ୍ଷା କରିଥାଏ। ହେନ୍ତାଳ ବନାଞ୍ଚଳରେ ଜୈବ ବିବିଧତା ବିଶେଷଭାବେ ବିକଶିତ ହୋଇଥାଏ। ଏହି ଅଞ୍ଚଳରେ ଚିଙ୍ଗୁଡ଼ି, କଙ୍କଡ଼ା, ମାଛ, କଇଁଛ ଭଳି ବିଭିନ୍ନ ପ୍ରଜାତିର ସାମୁଦ୍ରିକ ଜୀବ ଅଣ୍ଡାଦାନ କରିବା ସହ ବଂଶବୃଦ୍ଧି କରିଥାନ୍ତି। ଏହା ଉପକୂଳ ଅଞ୍ଚଳବାସୀଙ୍କ ପାଇଁ ସୁରକ୍ଷା ଦେବା ସହ ମତ୍ସ୍ୟଜୀବୀଙ୍କ ଜୀବିକା ଉପାର୍ଜନରେ ସହାୟକ ହୋଇଥାଏ। ୨୦୨୧ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ତଥ୍ୟ ଅନୁସାରେ ଓଡ଼ିଶା ଉପକୂଳରେ ହେନ୍ତାଳ ବନ ବୃଦ୍ଧି ପାଇଛି। ହେନ୍ତାଳ ବନୀକରଣ ବୃଦ୍ଧିରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ୨୦୧୮ ସୁଦ୍ଧା ରାଜ୍ୟରେ ୨୫୧ ବର୍ଗ କି.ମି. ଅଞ୍ଚଳରେ ହେନ୍ତାଳବନ ପରିବ୍ୟାପ୍ତ ଥିବାବେଳେ ୨୦୧୯ ଓ ୨୦୨୦ରେ ଏହା ୮କି.ମି. ବୃଦ୍ଧି ପାଇ ୨୫୯ କି.ମି.ରେ ପହଞ୍ଚତ୍ଛି। କେନ୍ଦ୍ରାପଡ଼ା ଜିଲା ଭିତରକନିକାରେ ସର୍ବାଧିକ ୨୦୯.୨୫ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଥିବାବେଳେ ଭଦ୍ରକ ଜିଲାରେ ୩୪.୮୭ କି.ମି., ଜଗତ୍‌ସିଂହପୁରରେ ୮.୩୩ କି.ମି., ପୁରୀ ଜିଲାରେ ୧.୧୩ କି.ମି. ଏବଂ ବାଲେଶ୍ୱର ଜିଲାରେ ୫.୪ ବର୍ଗ କି.ମି. ପରିବ୍ୟାପ୍ତ ରହିଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯୋଗୁ ହେନ୍ତାଳ ବଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଲୋକମାନେ ହେନ୍ତାଳ ଜଙ୍ଗଲ କାଟି ସେଠାରେ ବସତି ସ୍ଥାପନ କରିବା ସହ ବେଆଇନ୍‌ ଚିଙ୍ଗୁଡ଼ି ଘେରି କରି ବ୍ୟବସାୟ ଚଳାଇଛନ୍ତି। ଅପରପକ୍ଷରେ ହେନ୍ତାଳ ବଣର ସୁରକ୍ଷା କରୁଥିବା ବନ ବିଭାଗ ଜବରଦଖଲକୁ ନ ରୋକି ହେନ୍ତାଳ ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି କରୁଥିବା କହୁଛି। ଯେପର୍ଯ୍ୟନ୍ତ ହେନ୍ତାଳ ବଣ ସୁରକ୍ଷାରେ ଅଧିକରୁ ଅଧିକ ସ୍ଥାନୀୟ ଲୋକଙ୍କୁ ସମ୍ପୃକ୍ତ କରା ନ ଯାଇଛି, ସେପର୍ଯ୍ୟନ୍ତ ବନୀକରଣ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ପରିବେଶବିତ୍‌ ମତ ପ୍ରକାଶ କରୁଛନ୍ତି। ହେନ୍ତାଳରେ ବାୟୋ ଆକ୍ଟିଭ କମ୍ପାଉଣ୍ଡ ବା ଜୈବ ସକ୍ରିୟ ଉପାଦାନ ରହିଛି। ହେନ୍ତାଳ ଗଛରୁ ପ୍ରସ୍ତୁତ କେମିକାଲ ମାରାତ୍ମକ ରୋଗ ବିରୋଧରେ ଲଢ଼ିବାରେ ମଧ୍ୟ ସହାୟକ ହୋଇଥାଏ। ୧୯୭୧ ବାତ୍ୟାରେ ରାଜନଗର ଅଞ୍ଚଳରେ ପ୍ରାୟ ୧୦ ହଜାର ଲୋକ ସମୁଦ୍ର ଜୁଆରରେ ଭାସିଯାଇଥିବାବେଳେ ୧୯୯୯ ମହାବାତ୍ୟାରେ ଭିତରକନିକା ହେନ୍ତାଳବଣ ଯୋଗୁ ରାଜନଗର ଜନବସତି ଅଳ୍ପକେ ରକ୍ଷା ପାଇଯାଇଛି। ଅନେକ ବାତ୍ୟା ହୁଡ୍‌ହୁଡ୍‌, ଫାଇଲିନ୍‌, ଅମ୍ଫନ ଭଳି ବାତ୍ୟାକୁ ଲୁଣା ଜଙ୍ଗଲ ସୁରକ୍ଷା କବଚ ହୋଇ ନିର୍ବିକାର ଭାବେ ଛିଡ଼ା ହୋଇଛି। ଏବେ ଏହାର ସୁରକ୍ଷା ପାଇଁ ଭିତରକନିକା ସୀମା ସରହଦରେ ଥିବା କନକ ନଗର, ଶୈଳେନ୍ଦ୍ର ନଗର, ରାଜେଶ୍ୱରୀ ନଗର, ତ୍ରିଲୋଚନପୁର, କୃଷ୍ଣ ନଗର ପ୍ରଭୁତି ଗ୍ରାମର ୫୦ ପରିବାର ହେନ୍ତାଳ ବଣ ସୃଷ୍ଟି ପାଇଁ ସେମାନଙ୍କ ଜମି ଦେଇଥିବା ଜଣାପଡ଼ିଛି।
ପ୍ରାକୃତିକ ବିପର୍ଯ୍ୟୟରୁ ଉପକୂଳ ଅଞ୍ଚଳକୁ ସୁରକ୍ଷା ଦେବାରେ ହେନ୍ତାଳ ବନର ବଡ଼ ଭୂମିକା ରହିଛି। ଏଥିସହିତ ସ୍ଥାନୀୟ ଲୋକଙ୍କ ଜୀବନଜୀବିକାର ଏକ ମାଧ୍ୟମ। ପୂର୍ବରୁ ବହୁ ସ୍ଥାନରେ ଲୋକେ ଜବରଦଖଲ କରି ଚିଙ୍ଗୁଡ଼ି ଘେରି କରିଦେଇଥିଲେ। କିନ୍ତୁ ଏବେ ସେଠାରେ ଘେରି ଉଚ୍ଛେଦ କରାଯାଇ ଚାରାରୋପଣ କରାଯାଉଛି। ଏହାର ସୁରକ୍ଷା ପାଇଁ ଭିତରକନିକାରେ ସ୍ବତନ୍ତ୍ର ଏକ ମାନ୍‌ଗ୍ରୋଭ୍‌ ଫରେଷ୍ଟ ଡିଭିଜନ ହୋଇଛି। ଏଥିସହିତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଥିବା ବନଖଣ୍ଡରେ ମଧ୍ୟ ଡିଏଫ୍‌ଓମାନେ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି। ତେବେ ଏହାର ସୁରକ୍ଷା ପାଇଁ ରାଜ୍ୟସ୍ତରରେ ଏକ ହେନ୍ତାଳ ବନ ମନିଟରିଂ କମିଟି କରାଗଲେ ଭଲ ହୁଅନ୍ତା। ଏ ଦିଗରେ ଯେଉଁ ବରିଷ୍ଠ ଅଧିକାରୀଙ୍କ ବହୁ ଅଭିଜ୍ଞତା ରହିଥିବ ସେମାନଙ୍କୁ ଏହି କମିଟିରେ ରଖାଯାଇ ଏହାର ଅନୁଧ୍ୟାନ କରାଯାଇପାରନ୍ତା। ଯେତେ ମନିଟରିଂ କରିବ ସେତେ ଅଧିକ ରାଜ୍ୟରେ ହେନ୍ତାଳ ବନ ବୃଦ୍ଧି ପାଇବ ବୋଲି ରାଜନଗର ପୂର୍ବତନ ଡିଏଫ୍‌ଓ ଅଜୟ ଜେନା କହିଛନ୍ତି।
ପୁରୀ ଅସ୍ତରଙ୍ଗ ଅଞ୍ଚଳର ଯୁବ ପରିବେଶବିତ୍‌ ସୌମ୍ୟରଞ୍ଜନ ବିଶ୍ୱାଳଙ୍କ ମତରେ ହେନ୍ତାଳ ବଣନଷ୍ଟ ହେବାର ବିଭିନ୍ନ କାରଣ ରହିଛି। ଉପକୂଳ ଅବକ୍ଷୟ ରୋକିବା ଏବଂ ନଦୀବନ୍ଧ ସୁରକ୍ଷା ପାଇଁ ସରକାର ଲୁଣା ବନ୍ଧ କରୁଛନ୍ତି, ହେଲେ ଏହା ହେନ୍ତାଳ ବଣ ଉପରେ ପ୍ରଭାବ ପକାଉଛି। ତେଣୁ ଏ ଦିଗରେ ସରକାର ଗୁରୁତ୍ୱ ଦେଇ ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ। ରାଜ୍ୟରେ ହେନ୍ତାଳ ବନ ବଢ଼ିଛି ବୋଲି ରିପୋର୍ଟ କହୁଛି। କାରଣ ଚାରାରୋପଣ ଅଧିକ ରହିଛି। ଏହା ସତ। କିନ୍ତୁ ତା’ର ସୁରକ୍ଷା ଅଭାବରୁ ସେସବୁ ନଷ୍ଟ ହେବାରେ ଲାଗିଛି। ପ୍ରାକୃତିକ ଭାବେ ଯେଉଁଠି ଉଠୁଛି ସେଠି ଗଛସବୁ ବଢ଼ିବାରେ ଲାଗୁଛି। କିନ୍ତୁ ଯେଉଁଠି ରୋପଣ କରାଯାଉଛି ସେହି ନୂଆ ଗଛଗୁଡ଼ିକ ନଷ୍ଟ ହେବାରେ ଲାଗୁଛି। ସେହିଭଳି ହାତୀ, ବାଘ ସୁରକ୍ଷା ପାଇଁ ଯେଉଁଭଳି ଭାବେ ସ୍କ୍ବାଡ୍‌ ରହିଛି, ସେମିତି ହେନ୍ତାଳ ବନ ସୁରକ୍ଷା ପାଇଁ ରାଜ୍ୟସ୍ତରରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ କରାଯିବା ଉଚିତ ବୋଲି ବିଶ୍ୱାଳ କହିଛନ୍ତି। ସେହିପରି ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀଙ୍କ ମତରେ ଜଳବାୟୂ ପରିବର୍ତ୍ତନ ପ୍ରଭାବ ଏବେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟସ୍ତରରେ ଏକ ସ୍ଥାୟୀ ଭାବେ ବିଶେଷଜ୍ଞ କମିଟି ଗଠନ କରାଯିବା ଦରକାର। ବିଶେଷଜ୍ଞଙ୍କ ପରାମର୍ଶକ୍ରମେ କେଉଁ ଜାଗାରେ କ’ଣ ହୋଇପାରିବ ତାହା କରିବା ଉଚିତ। ହେନ୍ତାଳ ବନାଞ୍ଚଳରେ ନଦୀ ଓ ସମୁଦ୍ର ଜଳର ସମ୍ମିଶ୍ରଣରେ ଏକ ନୂତନ ପରିସଂସ୍ଥା ହୋଇଛି ଯାହା ହେଉଛି ସ୍ବଳ୍ପ ଲବଣାକ୍ତ ଜଳ। ଏହାର ବିଶେଷତ୍ୱ ଭିନ୍ନ ରହିଛି। ମଧୁର ଜଳ ହେଉ କିମ୍ବା ସମୁଦ୍ରରେ ଯେଉଁ ଜୀବଜନ୍ତୁ ଦେଖାଯାଆନ୍ତି, ସେମାନଙ୍କୁ ଛାଡ଼ି ଏଠାରେ ଏକ ସ୍ବତନ୍ତ୍ର ପ୍ରଜାତିର ଜୀବଜନ୍ତୁ ଦେଖାଯାଆନ୍ତି। ଜୈବବିବଧତା ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥା। ତେଣୁ ଏହାର ସୁରକ୍ଷା ଅପରିହାର୍ଯ୍ୟ। ପୂର୍ବରୁ ଯେତିକି ପରିମାଣର ହେନ୍ତାଳ ବନ ଥିଲା, ଏବେ ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯୋଗୁ ପ୍ରାୟ ୫୦% ନଷ୍ଟ ହେବାରେ ଲାଗିଲାଣି। ସଂରକ୍ଷଣ ପାଇଁ ସ୍ଥାନୀୟ ଅଧିବାସୀଙ୍କ ସମ୍ପୃକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁଠାରେ ବନୀକରଣ କରାଯାଉଛି ସେଠାରେ ସ୍ଥାନୀୟ ଲୋକଙ୍କୁ ମିଶାଯାଇ ତାଙ୍କୁ ସଚେତନ କରାଯାଉ। ସେମାନେ ଚାହିଁଲେ ତା’ର ସୁରକ୍ଷା ଦେଇପାରିବେ। ନଚେତ୍‌ ନଷ୍ଟ ବି କରିପାରିବେ ବୋଲି ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଗଡ଼ରେ ଚିରିଲେ ବିଜେଡି ପତାକା,ଥାନାରେ ଏତଲା

ହିଞ୍ଜିଳିକାଟୁ, ୫।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ବିଜେଡି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଏକ ପଦଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା। ଏଥିନିମନ୍ତେ ଦଳ ପକ୍ଷରୁ ସୋମବାର ରାତିରେ...

ମେଘନାଥ ପାଚେରିରେ ଫାଟ: ଅସନ୍ତୋଷ ଜାହିର କଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ; ପୂର୍ବ ସରକାରଙ୍କୁ ଟାର୍ଗେଟ କରି…

ପୁରୀ,୫।୧୧: ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ମଙ୍ଗଳବାର ମହାପ୍ରଭୁ...

ସ୍କୁଟିରୁ ମିଳିଲା ୨ ଲକ୍ଷ ୮୦ ହଜାର ଟଙ୍କା, ସ୍ବାସ୍ଥ୍ୟ ବିଭାଗ ବରିଷ୍ଠ ସହାୟକ ଗିରଫ

କେନ୍ଦୁଝର,୫।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭିଜିଲାନ୍ସ ଗତକାଲି ସନ୍ଧ୍ୟାରେ ହୋଟେଲ ଅଜନ୍ତା ନିକଟରୁ ଟଙ୍କା ସହ ଧରିଥିବା ଏଡିପିଏଚ୍‌ଓ (ପରିବାର କଲ୍ୟାଣ)ଙ୍କ ଅଧିନରେ କାର୍ଯ୍ୟରତ ବରିଷ୍ଠ...

‘ଡାକ୍ତର ଫେରିଛି’ କ୍ଷୁଦ୍ର ଚଳଚ୍ଚିତ୍ରର ମହୁରତ

କେନ୍ଦୁଝର ୫।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଖମଣଗୋଡା ସାହି, ଗୋବିନ୍ଦପୁର ସ୍ଥିତ ପ୍ରୟାସ ସେବାଗ୍ରାମଠାରେ ଅବସ୍ଥିତ ଶିରିଡି ସାଇ ମନ୍ଦିରରେ କେନ୍ଦୁଝର ଡ୍ରାମା...

ଇନକୁମ୍ବେନ୍ସି ଚାର୍ଟରେ ପୂର୍ବତନ ଜିଲାପାଳଙ୍କ ନାମ: ଉଠିଲା ପ୍ରଶ୍ନ

ହାଟଡିହୀ,୫l୧୧(ଶୁଭକାନ୍ତ ନାୟକ):ସମ୍ପ୍ରତି ସମାଜରେ ଦୈନନ୍ଦିନ ଜୀବନରେ ଅନ ଲାଇନ ଉପରେ ପ୍ରାୟତଃ ସମସ୍ତେ ନିର୍ଭରଶୀଳ ଅଟନ୍ତି l ବିଭିନ୍ନ କାର୍ଯ୍ୟ ପାଇଁ ଅନ ଲାଇନ ପଦ୍ଧତି...

ଜାତୀୟ ଉତ୍ସବ ଭାବରେ ଆୟୋଜିତ ହେବ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ

ଭୁବନେଶ୍ୱର,୫ା୧୧: କେନ୍ଦ୍ର ସରକାର ‘ଉତ୍କଳ କେଶରୀ ହରେକୃଷ୍ଣ ମହତାବ’ଙ୍କର ୧୨୫ ତମ ଜନ୍ମ ବାର୍ଷିକୀକୁ ଜାତୀୟ ଉତ୍ସବ ଭାବରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି...

ଭଦ୍ରକରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼

ଭଦ୍ରକ,୫।୧୧: ଭଦ୍ରକ-ବାଉଦପୁର ସେକ୍ସନ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ କେତେକ ଦୁର୍ବୃତ୍ତ ଟ୍ରେନ ଉପରକୁ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri