ସୁରକ୍ଷିତ ନୁହେଁ ସୁରକ୍ଷା ବ୍ୟବସ୍ଥା

ଅନୁଗୋଳ ଅଫିସ, ୩ା୯ ପୁଣି ପଦାରେ ପଡ଼ିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥା। ପୂର୍ବରୁ ଡାକ୍ତରଖାନା ମଧ୍ୟରୁ ବିଭିନ୍ନ ସାମଗ୍ରୀ ଚୋରି ହେଉଥିବାବେଳେ ଦଲାଲମାନଙ୍କ କଥାରେ ଚିକିତ୍ସା ସେବା ପରିଚାଳିତ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲା। କିନ୍ତୁ ଏ ଦିଗରେ ଅଧିକାରୀମାନେ ତତ୍ପରତା ନ ଦେଖାଇବାରୁ ଗତ ବୁଧବାର ଜଣେ ମାନସିକ ରୋଗୀ ୩ୟ ମହଲା ଝରକା ତାଜା ଉପରକୁ ଚଢ଼ି ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ମେଡିକାଲର ସୁରକ୍ଷା ବ୍ୟବସ୍ଥା ଯେ ଆଦୌ ସୁରକ୍ଷିତ ନୁହେଁ ତାହା ଦର୍ଶାଉଛି।
ଅନୁଗୋଳ ଜିଲାରେ ଥିବା ସରକାରୀ ମେଡିକାଲଗୁଡ଼ିକରେ ମୋଟ ୧୭୫ ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରୁ କେବଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୮୩ ଜଣ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। କିନ୍ତୁ ଏତେ ସଂଖ୍ୟକ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ଥିଲେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମୟରେ ଅଘଟଣମାନ ଘଟୁଛି। ବେଳେ ବେଳେ ବିଭିନ୍ନ ୱାର୍ଡରୁ ରୋଗୀ ବେଡ୍‌ରୁ ଉଠି କେଉଁଆଡ଼େ ପଳାଇ ଯାଉଛନ୍ତି। ଅତୀତରେ ଏପରି ଅନେକ ଘଟଣା ନେଇ ଥାନାରେ ଅଭିଯୋଗ କରାଯାଇଛି। ସେହିପରି ମେଡିକାଲରୁ ଯନ୍ତ୍ରାଂଶ, ରୋଗୀଙ୍କ ଟଙ୍କା, ମୋବାଇଲ ଚୋରି ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଦଲାଲମାନେ ବିଭିନ୍ନ ଓ୍ବାର୍ଡ ବୁଲି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନାନା ଉପାୟରେ ଠକେଇ କରୁଛନ୍ତି। ମେଡିକାଲ ଭଲଭାବେ ପରିଚାଳନା ପାଇଁ ଜଣେ ପରିଚାଳକ ନିଯୁକ୍ତି ପାଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଏଡିଏମ୍‌ଓ(ମେଡିକାଲ) ଦାୟିତ୍ୱରେ ଅଛନ୍ତି। କିନ୍ତୁ ସମସ୍ତ ବ୍ୟବସ୍ଥା ଠିକ୍‌ ଭାବେ ତଦାରଖ ହୋଇପାରୁ ନାହିଁ। ମେଡିକାଲରେ ଶହେ ଶଯ୍ୟା ବିଶିଷ୍ଟ ନୂଆ ୱାର୍ଡ ସହ ଆଇସିୟୁ ଗୃହ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଠିକା ସଂସ୍ଥା ଅଧାପନ୍ତରିଆ କାର୍ଯ୍ୟ କରି ଛାଡ଼ିଦେଇଛି। ସେହିପରି ମେଡିକାଲ ବଡ଼ ଅଟ୍ଟାଳିକାର ଛାତ କବାଟ ସର୍ବଦା ଖୋଲା ରହୁଛି। ଯେଉଁ ଝରକା ଦେଇ ମାନସିକ ରୋଗୀ ଜଣଙ୍କ ତାଜା ଉପରକୁ ଚଢ଼ିଯାଇଥିଲେ, ତାହା ମଧ୍ୟ ଏଯାଏ ବନ୍ଦ ହୋଇନାହିଁ। ହେଲେ ଏସବୁ ତଦାରଖ ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଯେପରି ସମୟ ନାହିଁ। ଏହି କାରଣରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସର୍ବଦା ବିବାଦରେ ରହୁଥିବା ସଚେତନ ନାଗରିକମାନେ ମତପୋଷଣ କରିଛନ୍ତି।
କଡ଼ା ନଜର ରଖାଯିବ
ଜିଲା ମୁଖ୍ୟ ଚିକିତ୍ସାଳୟ ୩ୟ ମହଲା ଝରକା ତାଜା ଉପରକୁ ଜଣେ ମାନସିକ ରୋଗୀ ଚଢ଼ିଯିବା ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ପୁନର୍ବାର ଏଭଳି ଘଟଣା ଯେମିତି ନ ଘଟେ, ସେ ନେଇ ବ୍ୟବସ୍ଥା କରାଯାଉଛି। ମେଡିକାଲର ସମସ୍ତ ସୁରକ୍ଷା କର୍ମୀଙ୍କୁ ଡକାଯାଇ କଡ଼ା ନଜର ରଖିବାକୁ କୁହାଯାଇଛି।
– ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ(ମେଡିକାଲ)
ବ୍ୟବସ୍ଥାରେ ସୁଧାର ଆସୁନାହିଁ
ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମି ବଢ଼ିଛି। ଅଧିକାରୀଙ୍କ ଠାରୁ କର୍ମଚାରୀଙ୍କ ଯାଏ, ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ମନୋମୁଖୀ ଭାବେ କାର୍ଯ୍ୟ କରାଯାଉଥିବାରୁ ବ୍ୟବସ୍ଥାରେ ସୁଧାର ଅସୁନାହିଁ। ଏ ନେଇ ଅଧିକାରୀମାନେ ସଚେତନ ରହିବା ଆବଶ୍ୟକ। ବିଭିନ୍ନ ୱାର୍ଡର କର୍ମଚାରୀ ଓ ସୁରକ୍ଷା କର୍ମୀ ରୋଗୀଙ୍କ ଉପରେ ନଜର ରଖନ୍ତୁ।
– କଲ୍ୟାଣ କିଶୋର ମହାନ୍ତି, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି
ଉପଯୁକ୍ତ ତଦାରଖ କରାଯାଉ
ଆତ୍ମହତ୍ୟା ଉଦ୍ଦେଶ୍ୟରେ ତାଜା ଉପରକୁ ଜଣେ ମାନସିକ ରୋଗୀ ଚଢ଼ିଯିବା ଘଟଣାରୁ ମେଡିକାଲ କର୍ତ୍ତୃପକ୍ଷ କିଛି ଶିକ୍ଷା ଲାଭ କରିବା ଆବଶ୍ୟକ। କେବଳ ଶୀତତାପ ନିୟନ୍ତ୍ରିତ ଗୃହରେ ବସି ଦାୟିତ୍ୱ ବୁଝିଲେ ହେବ ନାହିଁ। ମେଡିକାଲ ପରିସରରେ କ’ଣ ଘଟୁଛି ତାହାର ଉପଯୁକ୍ତ ତଦାରଖ ଜରୁରୀ।
– ସୁବୋଧ କୁମାର ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି
ଦଲାଲଙ୍କ କଥାରେ ପରିଚାଳନା
କେବଳ ମୁଖ୍ୟ ଚିକିତ୍ସାଳୟ ନୁହେଁ, ଜିଲାରେ ଥିବା ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ରହିଛି। କିନ୍ତୁ ତାହାକୁ ସୁଧାରିନେବା ପରିବର୍ତ୍ତେ କର୍ତ୍ତୃପକ୍ଷ ସର୍ବଦା ତାହାକୁ ଘୋଡ଼ାଇଦେବାରେ ବ୍ୟସ୍ତ ରହୁଛନ୍ତି। ଦଲାଲ୍‌ମାନଙ୍କ କଥାରେ ପରିଚାଳିତ ହୋଇ କାର୍ଯ୍ୟ କରୁଛନ୍ତି।
– ବରଦା ପ୍ରସନ୍ନ ଦାସ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ଆପଣାଇବ ଓଡ଼ିଶା ‘ନେଭା’ ମଡେଲ

ଭୁବନେଶ୍ୱର,୧୮ା୪(ରବିନାରାୟଣ ଜେନା):ଦିଲ୍ଲୀ ବିଧାନସଭା ଆଗାମୀ ଦିନରେ ଓଡ଼ିଶାର ‘ନେଭା’ ମଡେଲ ଆପଣାଇବ। ଜୁଲାଇରେ ହେବାକୁ ଥିବା ମୌସୁମୀ ଅଧିବେଶନ କାଳରେ ଦିଲ୍ଲୀ ବିଧାନସଭାରେ କାଗଜମୁକ୍ତ ଇ-ବିଧାନସଭା...

ବନ୍ଧାହେଲେ କୁବେର ଯନ୍ତ୍ରୀ: ଘରୁ ମିଳିଲା ବିଡାବିଡ଼ା ନୋଟ୍‌, ପୁଳାପୁଳା ସୁନା

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ବନ୍ଧାହେଲେ କୁବେର ଯନ୍ତ୍ରୀ । ଘରୁ ବିଡା ବିଡା ଟଙ୍କା ଜବତ ହେବା ପରେ ଅନୁଗୋଳ ଆଠମଲିକ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ...

୪ ହଜାର କୋଟିର ପ୍ରକଳ୍ପ ଶିଳାନ୍ୟାସ-ଲୋକାର୍ପଣ କଲେ ଗଡକରୀ

ଭୁବନେଶ୍ୱର,୧୭।୪: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଅବସରରେ ଗଡ଼କରୀ...

ଟ୍ରାଫିକ୍ ଚାଲାଣ ଧରା ପକାଇଦେଲା ଚୋରି ହୋଇଥିବା ବାଇକ୍, ଘଣ୍ଟାଏ ଭିତରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୭।୪: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, ଜଣେ ଯୁବକ ଓଡ଼ିଶା ମୋଟର ଯାନ ବିଭାଗ ଦ୍ୱାରା ଜାରି ହୋଇଥିବା ଏକ ଟ୍ରାଫିକ ଚାଲାଣ ଯୋଗୁଁ ମାତ୍ର କେଇ...

“ପରମାଣୁ କ୍ଷେପଣାସ୍ତ୍ର”, ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ସୁପ୍ରିମକୋର୍ଟ ଉପରେ ଜୋରଦାର ଆକ୍ରମଣ

ନୂଆଦିଲ୍ଲୀ,୧୭।୪: ଭାରତର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖର ସୁପ୍ରିମକୋର୍ଟଙ୍କ ଏକ ନିର୍ଦ୍ଦେଶକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ ସୁପ୍ରିମକୋର୍ଟଙ୍କ ଅନୁଚ୍ଛେଦ...

କମିବ ବର୍ଷାର ପ୍ରଭାବ, ରାଜ୍ୟରେ ୨୦ ତାରିଖରୁ ତାତି ବଢିବା ସମ୍ଭାବନା

ନୂଆଦିଲ୍ଲୀ,୧୭।୪: ବର୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ୪୦ଡ଼ିଗ୍ରୀ ତଳେ ରେକର୍ଡ ହେଉଛି। ଆଗାମୀ ୩ଦିନ ପରେ ବର୍ଷାର ପ୍ରଭାବ କମିବା...

Top 5 Cricketer Of Odisha: ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ଏହି ଟପ୍‌-୫ କ୍ରିକେଟର୍‌: ଜାଣନ୍ତୁ କିଏ କିଏ

ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। କିଛି ହାତ ଗଣତି କ୍ରିକେଟର୍‌ ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଛନ୍ତି। ଆମେ ସେହି ଖେଳାଳିଙ୍କୁ...

Top 5 Biodiverse Places in Odisha: ଓଡ଼ିଶାର ଟପ୍-୫ ଜୈବ ବିବିଧ କେନ୍ଦ୍ର

ଓଡ଼ିଶା ଭାରତର ଅନ୍ୟତମ ଜୈବ ବିବିଧତା ସମୃଦ୍ଧ ରାଜ୍ୟ। ଯେଉଁଠି ବିଭିନ୍ନ ପ୍ରକାରର ବନସ୍ପତି, ପ୍ରାଣୀ, ଏବଂ ଜଳଜ ଜୀବ ଦେଖାଯାଏ। ଏହାର ଜଙ୍ଗଲ, ଜଳାଶୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image