ବେଙ୍ଗାଲୁରୁ,୯।୧୧: କର୍ନାଟକର ସାମାଜିକ କଲ୍ୟାଣ ମନ୍ତ୍ରୀ ଏଚ.ସି ମହାଦେବପ୍ପାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଜଣେ ସୁରକ୍ଷାକର୍ମୀ ତାଙ୍କୁ ଜୋତା ପିନ୍ଧିବାରେ ସାହାଯ୍ୟ କରୁଛନ୍ତି। ହଷ୍ଟେଲ ଯାଞ୍ଚ ସମୟରେ ଏହି ଘଟଣା ଘଟିଛି। ମହାଦେବପ୍ପା ହଷ୍ଟେଲ ରୋଷେଇ ଘରରୁ ବାହାରକୁ ଆସିବାବେଳେ ସୁରକ୍ଷାକର୍ମୀ ତାଙ୍କୁ ଜୋତା ପିନ୍ଧିବାରେ ସାହାଯ୍ୟ କରିଥିଲେ।
ଭିଡିଓରେ ମହାଦେବପ୍ପା ତାଙ୍କ ଆଖପାଖର ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ମହାଦେବପ୍ପା ଏହି ଘଟଣାକୁ ବିବାଦର ରୂପ ଦିଆଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନକୁ ସମ୍ମାନ କରନ୍ତି ଏବଂ ଜୋତା ପିନ୍ଧିବାରେ କାହାଠାରୁ ସାହାଯ୍ୟ ନେବାକୁ ଦ୍ୱିଧା କରନ୍ତି ନାହିଁ।
ସେପଟେ କର୍ନାଟକରେ ଭାଜପା ମହାଦେବପ୍ପାଙ୍କୁ ଟାର୍ଗେଟ କରିଛି। ବରିଷ୍ଠ ଭାଜପା ବିଧାୟକ ବାସନାଗୁଡା ପାଟିଲ ୟନଲ ମନ୍ତ୍ରୀଙ୍କୁ ଅହଂକାରୀ ବୋଲି ଅଭିହିତ କରିଛନ୍ତି।
The gunman puts shoes on for Social Welfare Minister HC Mahadevappa in Dharwad.
He had gone to visit Hostel of Social welfare department@SWMinistryKar #Karnataka pic.twitter.com/F4Xmwb77Nv— Elezabeth Kurian (@ElezabethKurian) November 8, 2023