ଦୁର୍ଘଟଣାରେ ଚାଲିଗଲା ସୁରକ୍ଷା ଅଧିକାରୀଙ୍କ ଜୀବନ

ସମ୍ବଲପୁର,୧୮ା୧୨(ବ୍ୟୁରୋ): ସମ୍ବଲପୁର ହୀରାକୁଦ ହିଣ୍ଡାଲକୋର ସୁରକ୍ଷା ଅଧିକାରୀ ଆଶିଷ ପଣ୍ଡାଙ୍କ ମୃତ୍ୟୁ ଘଟିଛି । ସେ ବାଇକ୍‌ ଯୋଗେ ଭଡା ଘରକୁ ଫେରୁଥିଲେ । ଏହି ସମୟରେ ନୂଆଁଗୁଜାତଳଠାରେ ବାଇକ୍‌ଟି ଏକ ବ୍ରାଉଣ୍ଡ୍ରିଂ କାନ୍ଥରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବୁର୍ଲା ଥାନାରେ ଏକ ଅପମତ୍ୟୁ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ , ଝାରଖଣ୍ଡ ସିଙ୍ଗଡେଗାର ଆଶିଷ ପ୍ରାୟ ୪ ମାସ ହେଲା ହୀରାକୁଦ ହିଣ୍ଡାଲକୋରେ ନିଯୁକ୍ତି ପାଇଥିଲେ।

Share