ବିଧାନସଭାରେ ସୁରକ୍ଷାକର୍ମୀ-ବିଧାୟକ ଠେଲାପେଲା, ତାତିଲା କଂଗ୍ରେସ

ଭୁବନେଶ୍ୱର,୨୫।୩: କଂଗ୍ରେସର ୧୨ ଜଣ ସଦସ୍ୟ ଆସନ୍ତା ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବିତ ହୋଇଛନ୍ତି। ବିଧାନସଭାରେ ଚରମ ବିଶୃଙ୍ଖଳା କରୁଥିବା ଅଭିଯୋଗ ଅଣାଯାଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଆରମ୍ଭହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ଘଣ୍ଟ, ବାଜା, ଗିନି ଏବଂ ଝାଞ୍ଜ ବଜାଇ ସେମାନଙ୍କ ପ୍ରତିବାଦ ଆରମ୍ଭ କରିଥିଲେ। ଏହି ସମୟରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୃହରେ ପ୍ରତିଦିନ ଚରମ ବିଶୃଙ୍ଖଳା କରିଆସୁଥିବା ଏବଂ ମଙ୍ଗଳବାର ପ୍ରଥମାର୍ଦ୍ଧରେ ଗୃହରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଥିବା କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ନିଲମ୍ବନ କରିବା ଲାଗି ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବାଚସ୍ପତି ଏହାକୁ ଗ୍ରହଣ କରିବା ସହ କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ଆସନ୍ତା ୭ଟି କାର୍ଯ୍ୟ ଦିବସ ଲାଗି ଗୃହକାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ଦେଇଥିଲେ। କେବଳ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଚନ୍ଦ୍ର ଜେନା ନିଲମ୍ବନ ଆଦେଶରୁ ବାଦ୍‌ ପଡ଼ିଛନ୍ତି। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସମେତ ସି.ଏସ୍‌. ରାଜନ୍ନ ଏକ୍କା, ସୋଫିଆ ଫିର୍ଦ୍ଦୋସ, ସାଗର ଚରଣ ଦାସ, ମଙ୍ଗୁ ଖିଲ, ସତ୍ୟଜିତ ଗମାଙ୍ଗ, ଅଶୋକ ଦାସ , ଦାଶରଥି ଗମାଙ୍ଗ , ନୀଳମାଧବ ହିକ୍‌କା, କାଡ୍ରାକା ଆପାଲାସ୍ବାମୀ, ପବିତ୍ର ସାଉନ୍ତା ଏବଂ ପ୍ରଫୁଲ୍ଲ ପ୍ରଧାନ ରହିଛନ୍ତି। ଏହାପରେ କଂଗ୍ରେସ ସଦସ୍ୟମାନେ ନିଲମ୍ବନ ଆଦେଶ ବେଆଇନ, ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଗୃହରେ ହୋହଲ୍ଲା ଆରମ୍ଭ କରିଦେଇଥିଲେ। ଏହାପରେ ବାଚସ୍ପତି ୪ଟା ୧୯ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ବାରମ୍ବାର ଗୃହକୁ ମୁଲତବୀ କରାଯାଇଥିଲା। ମଝିରେ ବାଚସ୍ପତି କଂଗ୍ରେସ ସଦସ୍ୟମାନଙ୍କୁ ଗୃହ ନ ଛାଡିଲେ ମାର୍ଶଲ ଲଗାଇ ଉଠାଇ ବାହାରେ ଛାଡିଦିଆଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ସଦସ୍ୟଙ୍କ ସହ ମାର୍ଶଲ ମଧ୍ୟ ଏହି ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ କଂଗ୍ରେସ ସଦସ୍ୟମାନେ ସେମାନଙ୍କୁ ମାର୍ଶଲ ଯଦି ଉଠାଇ ବାହାରକୁ କାଢ଼ିବା କଥା କାଢ଼ନ୍ତୁ , ସେମାନେ ରାତି ସାରା ଆନ୍ଦୋଳନ କରିବେ ବୋଲି କହିଥିଲେ। ଗୃହ ନ ଛାଡିବା କାରଣରୁ ବାରମ୍ବାର ମୁଲତବୀ ଭିତରେ ୨ଟି ବିଭାଗ ଖର୍ଚ୍ଚଦାବି ଆଲୋଚନା ମଧ୍ୟ ହୋଇଯାଇଛି। କୃଷି ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନାକୁ ବାଚସ୍ପତି ୨୮ ତାରିଖକୁ ଘୁଞ୍ଚାଇଦେଇ ବୁଧବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଛନ୍ତି। ଏହି ଘଟଣାକୁ ନେଇ ତାରା କହିଛନ୍ତି, ଯେପର୍ଯ୍ୟନ୍ତ ଗୃହ କମିଟି ଗଠନ ନ ହୋଇଛି ଏବଂ ନିଲମ୍ବନ ଆଦେଶ ପ୍ରତ୍ୟାହାର କରା ନ ଯାଇଛି ପ୍ରତିବାଦକରି ଗୃହରୁ ଉଠି ଯିବୁନାହିଁ, ଏଠାରେ ରାତି କଟାଇବୁ।

ତେବେ ଏହାକୁ ନେଇ ବିଧାନସଭାରେ ସୁରକ୍ଷାକର୍ମୀ-କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଲବି ଗେଟ ବନ୍ଦ କରିବାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଲବିକୁ ଆସୁଥିବାବେଳେ ଗୃହକୁ ପ୍ରବେଶ କରିବାକୁ ଦେଇନଥିଲେ ସୁରକ୍ଷାକର୍ମୀ। ଯାହାପରେ ସୁରକ୍ଷାକର୍ମୀ କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ କଲା ଗର୍ଜନ, ମାନସଙ୍କୁ ଘରୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୨୭।୩: ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ। ରାମମନ୍ଦିର ଛକରୁ କଂଗ୍ରେସର ପଦଯାତ୍ରା ଆରମ୍ଭ ହୋଇଛି। ସେପଟେ ବିଧାନସଭା ପ୍ରଶ୍ନକାଳ ଆରମ୍ଭ ପୁର୍ବରୁ ଗଙ୍ଗା ଜଳ...

ହୋମ୍‌ଗାର୍ଡ ପରୀକ୍ଷା ବେଳେ ଅଚେତ ହୋଇପଡ଼ିଥିଲେ ପରୀକ୍ଷାର୍ଥୀ, ଚିକିତ୍ସାଧୀନ ଅବସ୍ଥାରେ…

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ଚାଲିଥିଲା ଶାରିରୀକ ପରୀକ୍ଷା। ଏହି ପରୀକ୍ଷା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ପରୀକ୍ଷା ପାଇଁ...

ବାପାଙ୍କ ସହ ଯୁକ୍ତିତର୍କ ପରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ନାବାଳକ

ଫୁଲବାଣୀ, ୨୭।୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ଅଞ୍ଚଳରେ ବୁଧବାର ଜଣେ ନାବାଳକଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର...

ଭୁବନେଶ୍ୱରକୁ ଘେରିଗଲେ ପୋଲିସ ଫୋର୍ସ, ଚେତାବନୀ ଦେଲେ ଭକ୍ତ ଦାସ…

ଭୁବନେଶ୍ୱର,୨୭।୩: ଆଜି ଭୁବନେଶ୍ୱର ଘେରିବ କଂଗ୍ରେସ। ଏନେଇ ହାଇ ଆର୍ଲଟ ମୋଡରେ ରାଜଧାନୀ। ସାରା ଭୁବନେଶ୍ୱରରେ ହୋଇଛି ପୋଲିସ ଛାଉଣୀ। ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ...

ସକାଳୁ ସକାଳୁ ଭୁବନେଶ୍ୱରକୁ ଘେରିଗଲେ ପୋଲିସ, ରାଜଧାନୀରେ ଟ୍ରାଫିକ୍‌ ଜାମ୍‌

ଭୁବନେଶ୍ୱର,୨୭।୩: ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ...

ଆଜି ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର,୨୭।୩ (ରବିନାରାୟଣ ଜେନା): ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ ଏଥିଲାଗି ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାରେ ରାଜ୍ୟ କଂଗ୍ରେସ...

ବନ୍ଦ ହୋଇଯିବ ୪୦ ବର୍ଷ ପୁରୁଣା ହାଇସ୍କୁଲ; ଫୋନ୍‌ ଉଠାଉନାହାନ୍ତି ପ୍ରଧାନଶିକ୍ଷକ; ଧମକ ଦେଉଛନ୍ତି …

ସରଣ୍ଡା,୨୬।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଳକ ବାବେବିରା ହାଇସ୍କୁଲ ଗତ ୨ ଶିକ୍ଷାବର୍ଷ ହେଲା ବନ୍ଦ ହୋଇ ରହିଛି। ଏଠାକାର ୪ ଜଣ...

ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକନ୍ୟାର ଗୋଡ଼କୁ ଝୁଣି ଖାଇଲା କୁକୁର, ତଦନ୍ତ ଆରମ୍ଭ କଲା ସୁନ୍ଦରଗଡ଼ ପୋଲିସ

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସହର ମହେଶଡିହିସ୍ଥିତ ଥିମ ପାର୍କ ନିକଟରୁ ବୁଧବାର ଏକ ନବଜାତ ଶିଶୁ କନ୍ୟାର ମୃତଦେହକୁ ଟାଉନ ଥାନା ପୋଲିସ ଜବତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image