Categories: ଜାତୀୟ

କର୍ତ୍ତବ୍ୟ ପଥରେ ନିୟୋଜିତ ହେବେ ଘରୋଇ ସୁରକ୍ଷା କର୍ମୀ

ନୂଆଦିଲ୍ଲୀ,୯।୯(ପି.ଟି.): ଇଣ୍ଡିଆ ଗେଟ୍‌ରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ‘କର୍ତ୍ତବ୍ୟ ପଥ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟନ କରିଛନ୍ତି। ଏହି ବିସ୍ତୀର୍ଣ୍ଣ ଅଞ୍ଚଳରେ ହୋଇଥିବା ନିର୍ମାଣକୁ କେହି ଯେପରି ନ ଭାଙ୍ଗେ କିମ୍ବା ଚୋରି ନ କରେ, ସେଥିପାଇଁ ସୁରକ୍ଷା ଦାୟିତ୍ୱରେ ୮୦ରୁ ଊର୍ଦ୍ଧ୍ୱ ଘରୋଇ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡିଛି। ଏହାବ୍ୟତୀତ ପୋଲିସ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବ। ଦୁଇମାସ ପର୍ଯ୍ୟନ୍ତ କର୍ତ୍ତବ୍ୟ ପଥରେ ବ୍ୟାପକ ପୋଲିସ ଓ ସୁରକ୍ଷା କର୍ମୀ ନିୟୋଜିତ ରହିବେ। ତେବେ ଦର୍ଶକମାନଙ୍କ ପାଇଁ ବିଶେଷ କଟକଣା ରହିବ ନାହିଁ।

Share